ପଣଜି,୯।୭: ବିବାହକୁ ନେଇ ନୂଆ ନିୟମ ତିଆରି କରିବାକୁ ଯାଉଛନ୍ତି ଗୋଆ ସରକାର। ଏହି ନିୟମ ଅନୁଯାୟୀ ଗୋଆରେ ଯେକୌଣସି ବ୍ୟକ୍ତି ବିବାହ କରିବା ପୂର୍ବରୁ ଏଚ୍ଆଇଭି ଟେଷ୍ଟ କରିବା ବାଧ୍ୟତାମୂଳକ ହେବ। ଏହି ନିଷ୍ପତ୍ତିକୁ ନେଇ ଗୋଆ ସରକାର ବିଚାର କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେ କହିଛନ୍ତି। ବିଚାର ବିମର୍ଶ ପରେ ଏହି ନିୟମ ଖୁବ୍ଶୀଘ୍ର ରାଜ୍ୟରେ ଲାଗୁ କରାଯିବ। ସୂଚନାଯୋଗ୍ୟ, ଗୋଆରେ ଜୁଲାଇ ୧୫ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଯଦି ଏହି ଅଧିବେଶନରେ ବିବାହ ପୂର୍ବରୁ ଏଚ୍ଆଇଭି ଟେଷ୍ଟ କରିବା ଭଳି ଆଇନ ଅନୁମୋଦିତ ହୁଏ, ତେବେ ଏଭଳି ଆଇନ ଲାଗୁ ହୋଇଥିବା ଗୋଆ ପ୍ରଥମ ରାଜ୍ୟ ହେବ।