ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍. କମ୍ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର ଲୋକଙ୍କ ଚାପରେ ବିବାହ ପାଇଁ ସ୍ଥିର କରିଥିଲେ। ହେଲେ ବିବାହ ଦିନ ତାଙ୍କର ତୃତୀୟ ସେମିଷ୍ଟର ପରୀକ୍ଷା ଥିବାରୁ ସେ ପରୀକ୍ଷା ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସହଯୋଗରେ ସେ ଏମ୍. କମ୍ ପରୀକ୍ଷା ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ହର୍ଷିତା ବିବାହ ସାରି ମାତ୍ର ୧୦ ମିନିଟରେ ପରୀକ୍ଷା ହଲରେ ପହଞ୍ଚିଥିଲେ। ସେଠାରେ ଥିବା ଅନ୍ୟ ପରୀକ୍ଷାର୍ଥୀମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ରେଜିଷ୍ଟ୍ରାରଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥା କରାଯାଇଥିବାରୁ ହର୍ଷିତା ପରୀକ୍ଷା ଦେଇପାରିଥିବା କୁହନ୍ତି।