ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଘଟଣା: ଦ୍ୱିତୀୟ ଦିନରେ ଭିଜିଲାନ୍ସ ତଦନ୍ତ

ବରୀ,୧୯ା୧୦(ସ୍ବ.ପ୍ର.): ବରୀ ବ୍ଲକର ବିକାଶମୂଳକ କାର୍ଯ୍ୟରେ ହୋଇଥିବା ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଥର ଅର୍ଥ ମଞ୍ଜୁର ହୋଇଥିତ୍ବା ଦ୍ୱିତୀୟ ଦିନ ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି। ଅଭିଯୋଗ ହୋଇଥିବା ୧୯ଟି ପ୍ରକଳ୍ପ ଉପରେ ଭିଜିଲାନ୍ସ ବିଭାଗ ତଦନ୍ତ କରିବ ବୋଲି ସୂଚନା ଦେଇଛି। ଏଥି ସହିତ ୫୦ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ନୀରପେକ୍ଷଭାବେ ତଦନ୍ତ କରାଯାଇ ରିପୋର୍ଟ ଉଚ୍ଚ ପଦାଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ କହିଛନ୍ତି। ଅପରଷକ୍ଷେ ବରୀରେ ଭିଜିଲାନ୍ସ ତଦନ୍ତ ନେଇ ଦୁର୍ନୀତି ଖୋର ଠିକାଦାର, ଯନ୍ତ୍ରୀ, କୁଜି ନେତାଙ୍କ ଭିତରେ ଆତଙ୍କ ଖେଳିଯାଇଛି। ଦ୍ୱିତୀୟ ଦନିରେ ଭିଜିଲାନ୍ସ ଡିଏସ୍‌ପି ଧଳଙ୍କ ନେତୃତ୍ୱରେ ବିଭାଗୀୟ ବୈଷୟିକ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ସାମଲ, ଜଗନ୍ନାଥ ସାହୁ, ପ୍ରଦୀପ୍‌ ପତି, ଶ୍ରୀକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ କିମ୍ଭୀରିଆପାଳ ପଞ୍ଚାୟତର ଏମ୍‌ଡିଆର୍‌ ୧୪ଠାରୁ କଣ୍ଟିବାଙ୍କ ପର୍ଯ୍ୟନ୍ତ ଢଳାଇ ରାସ୍ତା ସ୍ବତନ୍ତ୍ର ସମାସ୍ୟା ପାଣ୍ଠିରୁ ୨୦୧୭ରେ ୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସେହି ବର୍ଷ ଏହି ରାସ୍ତାର ନାମ ପରିବର୍ତ୍ତନ କରାଯାଇ, କଣ୍ଟିବାଙ୍କଠାରୁ କେ.ବି.କେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନାମରେ ପୁନର୍ବାର ମିଥ୍ୟା ବିଲ୍‌ କରାଯଶଇ ହରିଲୁଟ୍‌ ହୋଇଥିବା ଭିଜିଲାନ୍ସ ଦଳ ଜାଣିବାକୁ ପାଇଛି। ତତ୍କାଳୀନ ବରୀ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ରାୟ, ରାମ ପ୍ରସାଦ କାବୁ ଓ ସହକାରୀ ଯନ୍ତ୍ରୀ ଶୀତଲ କୁମାର ସାହୁ ତଦନ୍ତରେ ସହଯୋଗ କରିଥିଲେ। ଏହି ସମୟରେ ଠିକାଦାର ସେକ୍‌ ମଜବୁର (ଚୁଆଁ) ଉପସ୍ଥିତ ରହି ଭିଜିଲାନ୍ସ ଦଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଗୁରୁବାର ତଦନ୍ତ ବେଳେ ବରୀ ପଞ୍ଚାୟତର ଜଲାଉଦିନ୍‌ ପ୍ରାଥମିକ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ନିମନ୍ତେ ୨୦୧୫-୧୬ରେ ୧ଲକ୍ଷ ୮୦ହଜାର ଟଙ୍କା ବିଲ୍‌ ହୋଇଛି। ପୁନର୍ବାର ଏହି ସ୍କୁଲ୍‌ ପୂର୍ଣ୍ଣାଙ୍ଗ ପାଇଁ ୨୦୧୫/୧୬ ରେ ୮ଲକ୍ଷ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ୨୦୧୨-୧୩ରେ ୨ଲକ୍ଷ ଟଙ୍କା ଏହିପରି ୨୦୧୨/୧୩, ୨୦୧୫/୧୬ ମଧ୍ୟରେ ୩ଥର ବିଲ୍‌ କରାଯାଇ ୧୧ଲକ୍ଷ ୮୦ଟଙ୍କା ହରିଲୁଟ୍‌ କରାଯାଇଥିବା ନେଇ ତତ୍କାଳୀନ ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ବିଧାୟିକା ସୁନନ୍ଦା ଦାସ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ସେହିପରି ୨୦୧୫/୧୬ରେ ଚନ୍ଦନପୁର ପଞ୍ଚାୟତର ହାଟଘରଠାରୁ ପଞ୍ଚାୟତ ସମିତି ରୋଡ ଓ ସେହି ରାସ୍ତାକୁ ପୁରୁଣା ଫାଣ୍ଡି ପର୍ଯ୍ୟନ୍ତ ୨ଟି ନାମରେ ୨ଥର ୧୦ଲକ୍ଷ ଟଙ୍କା ହିସାବରେ ୨୦ଲକ୍ଷ ଟଙ୍କା ତତ୍କାଳୀନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଢଳାଇ ରାସ୍ତା ନାମରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଥିଲା। ଈଷାଣପୁର ପଞ୍ଚାୟତରେ ବ୍ୟାପକ ଜାଲିଆତି କରାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏ ନେଇ ୨୫ା୧୦ା୧୮ ଧରୀତ୍ରୀରେ ଖବର ପ୍ରକାଶ ପାଇବା ପରେ ଭିଜିଲାନ୍ସ ବିଭାଗ ତତ୍ପର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri