ଭୁବନେଶ୍ୱର, ୨୯।୬(ବ୍ୟୁରୋ): ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଭାଜପା ବିଧାୟକ ଦଳ ମୁଖ୍ୟ ସଚେତକ ଭାବେ ମୋହନ ଚରଣ ମାଝିଙ୍କୁ ଦାୟିତ୍ୱ ମିଳିଛି। ଏ ନେଇ ଶନିବାର ସୂଚନା ଦେଇଛନ୍ତି ଭାଜପା ମୁଖପାତ୍ର ଗୋଲକ ମହାପାତ୍ର। ଓଡ଼ିଶାବାସୀ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି, ତାକୁ ସୂଚାରୁରୂପେ ଭାଜପା ବିଧାନସଭାରେ ତୁଲାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସେଠୀ ୨୦୦୦ରେ ଚାନ୍ଦବାଲି ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ଧାମନଗର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ଆସିଛନ୍ତି। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ସେଠୀ ସାମ୍ବାଦିକତା ମଧ୍ୟ କରୁଥିଲେ।