ବିରୋଧୀଙ୍କ ଅଭିଯୋଗ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନୈରାଶ୍ୟଜନକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ଅପେକ୍ଷାକୃତ ପଛୁଆ ଅଞ୍ଚଳ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି। ହେଲେ ଏହାର କାର୍ଯ୍ୟ ଆଶାନୁରୂପ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏ ନେଇ ଶନିବାର ବିଧାନସଭାରେ କଂଗ୍ରେସ ପକ୍ଷରୁ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ମୁଲତବୀ ପ୍ରସ୍ତାବ ଆସିଥିଲା। ଏହାର ଶୀର୍ଷକ ଥିଲା- ‘ବିନାଶ ପଥରେ-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ପଶ୍ଚିମ ଓଡ଼ିଶା ବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରଦର୍ଶନ’।

ଆଲୋଚନାରେ ଅଂଶଗ୍ରହଣ କରି ନରସିଂହ କହିଥିଲେ ଯେ, ପରିଷଦର ଅନୁଦାନ ଅନୂ୍ୟନ ୧୦୦୦ କୋଟି କରାଯାଉ। ଆଜି ବି କେତେକ ଅଞ୍ଚଳ ସମ୍ବିଧାନର ଅନୁଚ୍ଛେଦ ୩୭୧ ଅନୁସାରେ ସ୍ବତନ୍ତ୍ର ସୁବିଧା ପାଉଛନ୍ତି। ତେଣୁ ଅନୁନ୍ନତ ପଶ୍ଚିମ ଓଡ଼ିଶା, କେ.ବି.କେ ଭଳି ଅଞ୍ଚଳକୁ ଏଥିରେ ସାମିଲ କରିବା ପାଇଁ ନରସିଂହ କହିଥିଲେ। ପରିଷଦ ଅଧୀନରେ ଆସୁଥିବା ସମସ୍ତ ସବଡିଭିଜନକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ ନେଇ ସେ ଗୁରୁତ୍ୱାରୋପ କରିଥିଲେ। ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ପଇସା ଖାଇ ପ୍ରକଳ୍ପ ବଦଳ କରାଯାଉଛି। ଏହାର ଏକ ଉଦାହରଣ ତଥ୍ୟ ସହ ସାଲୁଜା ଉପସ୍ଥାପନ କରିଥିଲେ। ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ ଯେ, ବିଗତ ଦୁଇ ଦଶନ୍ଧି ମଧ୍ୟରେ ଖରିଆର ଭଳି ଅଞ୍ଚଳରେ କୌଣସି ଆଖିଦୃଶିଆ ଉନ୍ନତି କରାଯାଇନାହିଁ। ପରିଷଦର ବାର୍ଷିକ ଅନୁଦାନ ଅନୂ୍ୟନ ୫୦୦ କିମ୍ବା ୧୦୦୦ କୋଟି ଟଙ୍କା କରାଯାଉ ବୋଲି ଅଧିରାଜ ଦାବି କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, କେ.ବି.କେର ଅନ୍ୟନାମ କାହାର ଭାଗ୍ୟ କେତେ ? ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଏବଂ ଗଞ୍ଜାମକୁ ନେଇ ସ୍ବତନ୍ତ୍ର ପରିଷଦ ଗଠନ କରାଯାଉ। ରାଜନୈତିକ ଥଇଥାନ ପାଇଁ ପରିଷଦକୁ ବ୍ୟବହାର କରା ନ ଯାଉ। ନକଲି ସାର୍ଟିଫିକେଟ୍‌ ଆଦିବାସୀ ଅଞ୍ଚଳରେ ଶିକ୍ଷକ ହେଉଛନ୍ତି। ଧରା ପଡିଲା ସ୍କୁଲ ଛାଡୁଛନ୍ତି। ଉପଯୁକ୍ତ ଶିକ୍ଷାଦାନ ନାହିଁ, ତେଣୁ ଆଦିବାସୀ ମାଓବାଦୀ ହେବାକୁ ବାଧ୍ୟ ହେଉଛନ୍ତି ବୋଲି ତାରା କହିଥିଲେ। ଦାସରଥୀ ଗମାଙ୍ଗ କହିଥିଲେ ଯେ, ଯନ୍ତ୍ରୀ ଏବଂ ଅନ୍ୟ ତୃଣମୂଳ ଅଧିକାରୀଙ୍କ ଅବହେଳା କାରଣରୁ ପ୍ରକଳ୍ପ ବିଳମ୍ବ ହେଉଛି। ପୂର୍ବ ଆର୍ଥିକ ବର୍ଷ ଅନୁଦାନ ଏଯାବତ୍‌ ମିଳିନାହିଁ ବୋଲି ଗମାଙ୍ଗ କହିଥିଲେ। ଶାସକ ଦଳ ପକ୍ଷରୁ ରୋହିତ ପୂଜାରୀ, ସୁବ୍ରତ ତରାଇ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ବକ୍ତବ୍ୟ ରଖିଥିଲେ। ମୁଲତବୀ ପ୍ରସ୍ତାବର ଉତ୍ତର ରଖି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏଥିସହିତ ଗଠନମୂଳକ ପ୍ରସ୍ତାବ କାର୍ଯ୍ୟକାରିତା ନେଇ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri