Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ୧୮ ବର୍ଷ ପରେ ଇଥିଓପିଆକୁ ସ୍ବର୍ଣ୍ଣ

ଦୋହା,୭।୧୦(ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆଥଲେଟିକ ବିଶ୍ୱ ଚାମ୍ପିୟନଶିପ୍‌ରେ ଇଥିଓପିଆର ଲେଲିସା ଡେସିସା ପୁରୁଷ ମାରାଥନ ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ଦୀର୍ଘ ୧୮ ବର୍ଷ ପରେ ଏହି ମେଗା ଇଭେଣ୍ଟରେ ଇଥିଓପିଆର କୌଣସି ଧାବକ ମାରାଥନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୨୦୦୧ରେ ଶେଷଥର ପାଇଁ ଇଥିଓପିଆ ଧାବକ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ରବିବାର ଅନୁଷ୍ଠିତ ଏହି ରେସ୍‌ରେ ୨୯ ବର୍ଷୀୟ ଡେସିସା ୨ ଘଣ୍ଟା ୧୦ ମି. ୪୦ ସେକେଣ୍ଡ ସମୟ ନେଇ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେହିପରି ଇଥିଓପିଆର ଅନ୍ୟତମ ଧାବକ ମୋସିନେଟ ଜେରେମିୟୁ ୨ ଘଣ୍ଟା ୧୦ ମିନିଟ୍‌ ୪୪ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ କେନିଆର ଆମେରସ କିପ୍ରୁଟୋ ୨ ଘଣ୍ଟା ୧୦ ମିନିଟ ଓ ୫୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଦେସିସା ଏହାପୂର୍ବରୁ ବୋଷ୍ଟନ ମାରାଥନରେ ଦୁଇଥର ଚାମ୍ପିୟନ ହୋଇଥିଲେ।
ଭାରତୀୟଙ୍କ ଅଭିଯାନ ଶେଷ
ଏହି ପୁରୁଷ ମାରାଥାନ ରେସ୍‌ରେ ଭାରତର ଗୋପୀ ଥୋନାକାଲ ୨୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୩୧ ବର୍ଷୀୟ ଗୋପୀ ୨ ଘଣ୍ଟା ୧୫ ମିନିଟ ୫୭ ସେକେଣ୍ଡ ସମୟ ନେଇଥିଲେ। ଏହି ମାରାଥନ ଇଭେଣ୍ଟରେ ମୋଟ ୫୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଗୋପୀ ପୂର୍ବରୁ ୨୦୧୭ରେ ଚାଇନାରେ ଏସିଆନ ମାରାଥନ ଟାଇଟଲ ହାସଲ କରିଥିଲେ। ସେ ୨:୧୫: ୪୮ ସମୟ ନେଇଥିଲେ। ୨:୧୩:୩୯ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୨୫ତମ ସ୍ଥାନରେ ରହିଥିଲେ। ସେହିପରି ୨୦୧୭ ବିଶ୍ୱ ଚାମ୍ପିୟଶିପ୍‌ରେ ସେ ୨୮ତମ ସ୍ଥାନରେ ରହିଥିଲେ।
ଏସିଆନ ଚାମ୍ପିୟନ ଗୋପୀଙ୍କ ବିଦାୟ ପରେ ଏହି ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ବିନା ପଦକରେ ଭାରତୀୟ ଖେଳାଳିମାନେ ଘରକୁ ଫେରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପଦକ ହାସଲ କରିବ ବୋଲି ଆଶା ମଧ୍ୟ କରାଯାଇ ନ ଥିଲା। ତେବେ ଏହି ମେଗା ଇଭେଣ୍ଟରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ଅପେକ୍ଷାକୃତ ଭଲ ହୋଇଛି। ଭାରତୀୟ ଖେଳାଳିମାନେ ୩ଟି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ମିକ୍ସଡ ୪ ଗୁଣା ୪୦୦ମି. ରିଲେ, ପୁରୁଷ ୩୦୦୦ମି ଷ୍ଟିପଲଚେଜ୍‌ ଓ ମହିଳା ଜାଭେଲିନ ଥ୍ରୋରେ ଭାରତୀୟ ଖେଳାଳି ଫାଇନାଲକୁ ଉଠିଥିଲେ ମଧ୍ୟ ପଦକ ହାସଲ କରିପାରି ନ ଥିଲେ। ଉଲ୍ଲେଖଥାଉ କି, ୨୦୦୩ରେ ଅଞ୍ଜୁ ବବି ଜର୍ଜ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଏହି ମେଗା ଇଭେଣ୍ଟରେ ଭାରତ ପାଇଁ ଏକମାତ୍ର ପଦକ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌

ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍‌ ସୁଇପ୍‌ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍‌ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍‌ ରବୀନ୍ଦ୍ର। ସିରିଜ୍‌...

ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ

ନୂଆଦିଲ୍ଲୀ, ୪ା୧୧): ଚଳିତ ମାସ ଶେଷ ସପ୍ତାହରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ହାଇ ପ୍ରୋଫାଇଲ ନିଲାମୀ ସାଉଦି ଆରବ ରାଜଧାନୀ ରିୟାଦରେ ହେବ। ଏ...

ବଡ଼ ଖବର: ନ୍ୟୁଜିଲାଣ୍ଡଠୁ ହାରିବା ପରେ ହଟିବେ ରୋହିତ! ଏହି ୨ ଖେଳାଳି ହୋଇପାରନ୍ତି ଟିମ ଇଣ୍ଡିଆର ଅଧିନାୟକ

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି। ୩ ଟେଷ୍ଟ ମ୍ୟାଚ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଦଳକୁ...

ଜୟ ଶାହାଙ୍କ ପରେ କିଏ ହେବେ ବିସିସିଆଇର ପରବର୍ତ୍ତୀ ସଚିବ, ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୪।୧୧: ଜୟ ଶାହା ଆଇସିସିର ଚେୟାରମ୍ୟାନ ହୋଇଛନ୍ତି ଏବଂ ସେ ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨ ତାରିଖରୁ ଆରମ୍ଭ କରିବେ। ବର୍ତ୍ତମାନ ସୁଦ୍ଧା ଜୟ ଶାହା...

ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ

ମୁମ୍ବାଇ,୪ା୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟଓ୍ବାଶ୍‌ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା।...

ଡବ୍ଲ୍ୟୁଟିସି ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଭାରତ: ଜାଣନ୍ତୁ ଏବେ କ’ଣ ରହିଛି ପରିସ୍ଥିତି

ଦୁବାଇ, ୪ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୩-୦ରେ ଲଜ୍ଜାଜନକ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି...

ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌

ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍‌ ଖେଳାଳିଙ୍କ ଉପରେ ଚାପ...

ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର

ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri