ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା ଯୁବ ସ୍ବେଚ୍ଛାସେବୀ ପୂଜା ମିଶ୍ର। ଗତ ୨୩ ଓ ୨୪ ତାରିଖ ଦୁଇଦିନ ଧରି ନୂଆଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ପୂଜା ଭାରତରୁ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୟୁନେସ୍କୋ ଏବଂ ମହାତ୍ମା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଫର୍‌ ପିସ୍‌ ଆଣ୍ଡ୍‌ ସଷ୍ଟେନେବୁଲ୍‌ ଡେଭଲପ୍‌ମେଣ୍ଟ(ଏମ୍‌ଜିଆଇପି) ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ମୋଟ ୨୭ ରାଷ୍ଟ୍ରରୁ ୬୦ଜଣ ଗ୍ଲୋବାଲ୍‌ ଲିଡର ଯୋଗଦେଇଥିବାବେଳେ ଭାରତରୁ ୮ଜଣ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ପୂଜା ଯୋଗଦେଇ ନିଜ କାର୍ଯ୍ୟ ମାଧ୍ୟମରେ କିଭଳି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ ତାହାଉପରେ ଉପସ୍ଥାପନ କରିଥିଲେ।
‘ବସୁଧୈବ କୁଟୁମ୍ବକମ୍‌’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଯୁବପିଢିଙ୍କ ମାଧ୍ୟମରେ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ବାର୍ତ୍ତା ଦିଆଯାଇଥିଲା। ବର୍ତ୍ତମାନର ପିଢି ଏବଂ ଆଗାମୀ ପିଢି କିଭଳି ସମାଜରେ ନିରନ୍ତର ଶାନ୍ତି ଓ ସୌହାର୍ଦ୍ଧ୍ୟ ଆଣିପାରିବେ ତାହାଉପରେ ଅଗଷ୍ଟ ୧୯ରୁ ସ୍ବତନ୍ତ୍ର ସେସନ୍‌ ମାଧ୍ୟମରେ ବୁଝାଯାଇଥିଲା। ୨୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ତେବେ ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ହେବାସହ ମିସ୍‌ ଓଡ଼ିଶା, ମିସ୍‌ ରୂପଶ୍ରୀ ଟାଇଟଲ୍‌ ଜିତିଥିବା ପୂଜା ପୂର୍ବରୁ ଭାରତ-ମାଲ୍‌ଦୀଭ୍‌ସ ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମରେ ମାଳଦୀଭ୍‌ସ ପାଇଁ ପ୍ରଥମ ଇଣ୍ଡିଆନ୍‌ ଆମ୍ବାସାଡାର ହୋଇଥିଲେ। ଏହାସହ ସେ କିନ୍ନର, ଭିନ୍ନକ୍ଷମ ଏବଂ ହ୍ବିଲ୍‌ ଚେୟାର ବ୍ୟବହାରକାରୀଙ୍କ ର଼୍ୟାମ୍ପ୍‌ ଆୟୋଜନ କରି ନିଆରା ଉଦାହରଣ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ଜନଜାତି ପିଲାଙ୍କ ପାଇଁ କାମ କରୁଥିବା ବେଳେ କିସ୍‌ ଓ କିଟ୍‌ର ବିଭିନ୍ନ ଟ୍ରାଇବାଲ୍‌ ପ୍ରୋଜେକ୍ଟ ସହ ଜଡ଼ିତ ଅଛନ୍ତି। ଆଗାମୀଦିନରେ ଉଭୟ ମଡେଲିଂ ଓ ସାମାଜିକ କାମ ସହ ନିଜକୁ ଯୋଡ଼ି ରଖିବାକୁ ଲକ୍ଷ୍ୟ ରଖିଥିବା ପୂଜା କହିଛନ୍ତି, ମୁଁ ୩ ମାସ ତଳେ ବାପାଙ୍କୁ ହରାଇଛି। ଏଭଳି ଏକ ମାନସିକ ଅବସ୍ଥାରେ ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡନେସ୍‌ରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମୋ ପାଇଁ ଆଶୀର୍ବାଦ ସଦୃଶ ଥିଲା। ମଡେଲିଂ ଅର୍ଥ କେବଳ ଛୋଟ କପଡ଼ା ପିନ୍ଧି ର଼୍ୟାମ୍ପ୍‌ରେ ଚାଲିବା ନୁହେଁ କି ସୋଫିଷ୍ଟିକେଟେଡ୍‌ ଲୋକଙ୍କ ପାଇଁ ନୁହେଁ। ଜଣେ ସାଧାରଣ ଲୋକ ଚାହିଁଲେ ବି ମଡେଲିଂ କରିପାରିବ। ଆଗାମୀଦିନରେ ମୁଁ ସେଭଳି ଲୋକଙ୍କୁ ମଡେଲିଂ ଦୁନିଆକୁ ଆଣିବାକୁ ଉଦ୍ୟମ କରିବି ବୋଲି ପୂଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ...

ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଟିସିଏ...

ଏମିତି କେବେ କହି ନ ଥିଲେ ମୁନା ଖାନ୍‌, ବିଜେଡି ଆଗକୁ…

ଭୁବନେଶ୍ୱର,୩।୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ଟାର୍ଗେଟ କରିଥିଲେ। ଯାହାକୁ ଆଜି କାୁଣ୍ଟ କରିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର ଓ ରାଜ୍ୟ...

ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ…

ଭୁବନେଶ୍ୱର,୩ା୧୦: ବିଜେଡିକୁ ନେଇ ଭାଜପା ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri