ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା: ଡ୍ରୋନ୍‌, ସିସିଟିଭି କ୍ୟାମେରା ଲେନ୍‌ସରେ ରହିବ ପୁରୀ ଷ୍ଟେଶନ

ଜଟଣୀ,୨୭ା୬(ଡି.ଏନ.ଏ.) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରେଳଯାତ୍ରୀଙ୍କ ପାଇଁ ରେଳପଥ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ଅଧିକ ସଂଖ୍ୟାରେ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଅନ୍ୟାନ୍ୟ ସୁବିଧା ସହ ଯାତ୍ରୀଙ୍କ ସୁରକ୍ଷା ଉପରେ ରେଳପଥ ଅଧିକ ଗୁରୁତ୍ୱ ଦେଇଥିବା ନେଇ ଖୋର୍ଦ୍ଧାରୋଡ଼ ରେଳଡିଭିଜନର ଡିଆର୍‌ଏମ୍‌ ଶଶୀକାନ୍ତ ସିଂ ବୁଧବାର ଏଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜୁଲାଇ ୪ ତାରିଖ ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସୁବିଧା ଉପଲବ୍ଧ ହେବ।
ସୁରକ୍ଷା ବ୍ୟବସ୍ଥା
ଆକାଶମାର୍ଗରୁ ଡ୍ରୋନ୍‌ ଓ ସ୍ଥଳଭାଗରେ ସିସିଟିଭି କ୍ୟାମେରାର ତୀକ୍ଷ୍ଣ ନଜରରେ ପୁରୀ ଷ୍ଟେଶନ ଓ ନିକଟବର୍ତ୍ତୀ ରେଳପଥ ଅଞ୍ଚଳ ରହିବ। ଏହା ସନ୍ଦିଗ୍ଧ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ରଖିବ ନଜର। ପୁରୀ ଷ୍ଟେଶନରେ ୭୩, ଭୁବନେଶ୍ୱରରେ ୩୮ ଓ କଟକ ଷ୍ଟେଶନରେ ୩୧ଟି ସିସିଟିଭି କ୍ୟାମେରା ଲାଗିବ। ସେହିପରି ୫ଟି ସ୍ନିପର ଡଗ୍‌ ସ୍କ୍ବାଡ ମୁତୟନ ସହ ଲଗେଜ ସ୍କାନର, ମେଟାଲ ଡିଟେକ୍ଟର ପୁରୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା ରହିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେଶନ, ଟ୍ରେନ୍‌ ଓ ନିକଟବର୍ତ୍ତୀ ରେଳ ଅଞ୍ଚଳରେ ଆରପିଏଫ୍‌ ଯବାନ ମୁତୟନ ରହିବେ। ଏଥିପାଇଁ ଅଧିକ ୫୫୦ ଆର୍‌ପିଏଫ୍‌, ଗୋଟିଏ କମ୍ପାନୀ ଆର୍‌ପିଏଫ୍‌ର ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯିବ। ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଗଠିତ ସୁଭଦ୍ରା ବାହିନୀର ମହିଳା ଯବାନମାନେ ପୁରୀ ଷ୍ଟେଶନ ଓ ଟ୍ରେନ୍‌ରେ ସତର୍କ ଦୃଷ୍ଟି ରଖିବେ। ନିଶା ଦିଆ ଲୁଟେରା କବଳରୁ ବଞ୍ଚତ୍ବା ପାଇଁ ଅଜଣା ବ୍ୟକ୍ତିଙ୍କଠାରୁ ଖାଦ୍ୟ ଗ୍ରହଣ ନ କରିବା, ନିଜ ଲଗେଜ ପ୍ରତି ଧ୍ୟାନ ଦେବା, ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଟିକେଟ ଗ୍ରହଣ ନ କରି କାଉଣ୍ଟରରୁ କ୍ରୟ କରିବା, ପିନ୍ଧିଥିବା ଅଳଙ୍କାର ପ୍ରତି ସତର୍କ ରହିବା ଆଦି ଉପରେ ଆର୍‌ପିଏଫ୍‌ ପକ୍ଷରୁ ଯାତ୍ରୀଙ୍କୁ ସଚେତନତା କରିବା ଉପରେ ଗୁରୁତ୍ୱ ଦିଆଯିବ।
ଅଧିକ ଟିକେଟ୍‌ କାଉଣ୍ଟର
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଟ୍ରେନ୍‌ ଯୋଗେ ଶ୍ରୀକ୍ଷେତ୍ରକୁ ଆଗମନ ହେବା ଦୃଷ୍ଟିରେ ରଖି ପୁରୀ ସମେତ ଅନ୍ୟ ଷ୍ଟେଶନରେ ଅତିରିକ୍ତ ୬୦ଟି ଟିକେଟ କାଉଣ୍ଟର ଖୋଲାଯିବ। ପୁରୀ ଷ୍ଟେଶନରେ ୩୬ଟି ଓ ଭୁବନେଶ୍ୱର, କଟକ, ଖୋର୍ଦ୍ଧାରୋଡ଼, ବ୍ରହ୍ମପୁର, ବାଲୁଗଁା, ଖଲ୍ଲିକୋଟ, ପାରାଦୀପ, ଭଦ୍ରକ, ଯାଜପୁର ଷ୍ଟେଶନରେ ଏହିପରି ଅତିରିକ୍ତ ୨୪ଟି କାଉଣ୍ଟର କରାଯିବ। ଯାତ୍ରୀଙ୍କ ଗହଳିକୁ ସୁପରିଚାଳନା ପାଇଁ ପୁରୀ ଷ୍ଟେଶନରେ ୩ଟି ଅଟୋମେଟିକ୍‌ ଟିକେଟ୍‌ ଭେଣ୍ଡିଂ ମେଶିନ କାର୍ଯ୍ୟ କରିବ।
ସୂଚନା କେନ୍ଦ୍ର
ଟ୍ରେନ୍‌ ଚଳାଚଳ ଉପରେ ଯାତ୍ରୀଙ୍କୁ ବିଭିନ୍ନ ସୂଚନା ଓ ସହାୟତା ପାଇଁ ୪ଟି ଅତିରିକ୍ତ ସୂଚନା ଓ ଅନୁସନ୍ଧାନ କାଉଣ୍ଟର ଖୋଲାଯିବ। ଏଥିସହ ୪ଟି ମେ ଆଇ ହେଲ୍‌ପ ୟୁ ବୁଥ୍‌ ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ। ଏହା ପୁରୀ ଷ୍ଟେଶନ ଭିତରେ ବିଭିନ୍ନ ସ୍ଥାନରେ ଖୋଲାଯିବ। ଯାତ୍ରୀଙ୍କୁ ସଚେତନ କରିବା ପାଇଁ ଟାଇମ୍‌ ଟେବୁଲ୍‌, ଇଣ୍ଡିକେଶନ୍‌ ବୋର୍ଡ ଆଦି ବିଭିନ୍ନ ସ୍ଥାନରେ ଲଗାଯିବ।
ଟୁରିଷ୍ଟ କମ୍ପ୍ଲ୍ଲେକ୍ସ
ଯାତ୍ରୀଙ୍କ ବିଶ୍ରାମ ପାଇଁ ପୁରୀ ଷ୍ଟେଶନ ବାହାରେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ଅସ୍ଥାୟୀ ମେଳା ଶେଡର ବ୍ୟବସ୍ଥା କରାଯିବ। ବିଶ୍ରାମ ନେବା ସହ ସ୍ନାନ, ପରିସ୍ରାଗାର, କ୍ୟାଟରିଙ୍ଗ୍‌ ଷ୍ଟଲ, ଚିକିତ୍ସା ସୁବିଧା ଆଦି ଏଠାରେ ଉପଲବ୍ଧ ରହିବ। ଟୁରିଷ୍ଟ କମ୍ପ୍ଲେକ୍ସରେ ୫ ହଜାର ଓ ମେଳା ସେଡରେ ୧ ହଜାର ଶ୍ରଦ୍ଧାଳୁ ଏକ ସଙ୍ଗେ ରହିବା ଭଳି ବ୍ୟବସ୍ଥା କରାଯିବ।
ସ୍ବତନ୍ତ୍ର ଟ୍ରେନ୍‌ ସୁବିଧା
ଗୁଣ୍ଡିଚା ଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ସମେତ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍‌ ପୁରୀକୁ ଚଳାଚଳ କରିବ। ଗତବର୍ଷ ୧୮୪ଟି ଅଧିକ ଟ୍ରେନ୍‌ ବ୍ୟବସ୍ଥା ହୋଇଥିବା ବେଳେ ଚଳିତବର୍ଷ ୧୦ଟି ଅଧିକ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଖୋର୍ଦ୍ଧାରୋଡ ଓ ନୟାଗଡ଼ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା ହୋଇଛି।
ସ୍ବାସ୍ଥ୍ୟସେବା
୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ଷ୍ଟେଶନ, ଟୁରିଷ୍ଟ କମ୍ପ୍ଲେକ୍ସ ମଧ୍ୟରେ ୨ଟି ଫାଷ୍ଟଏଡ୍‌ ବୁଥ୍‌ର ବ୍ୟବସ୍ଥା ରହିବ। ଯେଉଁଥିରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌, ଆମ୍ବୁଲାନ୍ସର ସୁବିଧା ହେବ।
ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା
ପୁରୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନରେ ଖାଦ୍ୟ ଓ ପାନୀୟ ଜଳର ସୁବିଧା ଉପଲବ୍ଧ ରହିବ। ଚା, ସ୍ନାକ୍ସ, ଜନତା ମିଲ୍‌, ପାଣି ବଟଲ୍‌ ଆଦି ବ୍ୟବସ୍ଥା ଥିବା ଫୁଡ୍‌ପ୍ଲାଜା ପୁରୀ ଷ୍ଟେଶନ ସମେତ ଅନ୍ୟ ଷ୍ଟେଶନରେ ମଧ୍ୟ ସୁବିଧା ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ଷ୍ଟେଶନରେ ଭେଣ୍ଡିଂ ମେଶିନ ମାଧ୍ୟମରେ ସ୍ବଳ୍ପ ଅର୍ଥରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପଲବ୍ଧ ହେବ।
ରଥଯାତ୍ରା ଆପ୍‌
ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ସ୍ବତନ୍ତ୍ର ରଥଯାତ୍ରା ଆପ୍‌ (ECoR Yatra) ପ୍ରସ୍ତୁତ କରିଛି। ଏଥିରେ ନିୟମିତ ଏବଂ ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ ସମେତ ଟିକେଟ୍‌ କାଉଣ୍ଟର ମେଳା କମ୍ପ୍ଲେକ୍ସ, ଲଜ୍‌, ଗାଇଡ୍‌ମ୍ୟାପ୍‌, ସଡ଼କପଥ ପାଇଁ ଅଟୋ, କ୍ୟାବ ଆଦିର ସୂଚନା ଏଥିରେ ଉପଲବ୍ଧ ହେବ।
ପରିମଳ ବ୍ୟବସ୍ଥା
ଷ୍ଟେଶନ ପରିସର, ମେଳା ଶେଡ ଓ ରେଳପଥ ଅଞ୍ଚଳ ସଫାସୁତୁରା ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ ରେଳପଥ କର୍ମଚାରୀ ୨୪ ଘଣ୍ଟିଆ କାର୍ଯ୍ୟରତ ରହିବେ।
ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ :
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ପୁରୀ ଷ୍ଟେଶନକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯିବ। ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି।
ସ୍କାଉଟ୍ସଗାଇଡ୍ସ, ସିଭିଲ୍‌ ଡିଫେନ୍ସ
ରେଳପଥ ପକ୍ଷରୁ ହେଉଥିବା ବ୍ୟାପକ ବ୍ୟବସ୍ଥାର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ସ୍କାଉଟ୍‌, ଗାଇଡ୍ସ ଓ ସିଭିଲ୍‌ ଡିଫେନ୍ସର ସ୍ବେଚ୍ଛାସେବୀମାନେ ଯାତ୍ରୀଙ୍କୁ ସେବା ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନା’ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ: ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ 

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ...

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌...

ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ...

ଚାଷୀଙ୍କ ସହ ଖେଳିଲେ ସିଧା ପଠାଯିବ ଜେଲ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧: ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ବାର୍ଥରେ ବାଧା ଆଣିଲେ ଜେଲ ପଠାଯିବ। ସମବାୟ ସପ୍ତାହରେ ସମବାୟ ବିଭାଗରେ ଦୁର୍ନୀତିଗ୍ରସ୍ତ...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri