ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ: ଦିଗ୍‌ଦର୍ଶନ ଦେବେ ୧୦ ଅଭିଜ୍ଞ ଡାକ୍ତର

କଟକ ଅଫିସ,୨।୩: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ ଭାବେ ଗଢ଼ିତୋଳିବା ଦିଗରେ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୂର୍ବରୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି। ଟଙ୍କା କେମିତି ଖର୍ଚ୍ଚ କରାଯିବ, କେଉଁ ସବୁ ଚିକିତ୍ସା ସୁବିଧା ପ୍ରଦାନ କରାଯିବ ଏବଂ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପାଇଁ ୧୦ଜଣ ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ୭ଜଣ ପଦ୍ମ ପୁରସ୍କାରପ୍ରାପ୍ତ ଡାକ୍ତର ଅଛନ୍ତି। ଏ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଡାକ୍ତରମାନଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ହୃଦ୍‌ରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା, ହୃଦ୍‌ରୋଗ ବିଶେଷଜ୍ଞ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଡା. ଦେବୀ ସେଠୀ, ହୃଦ୍‌ରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡା. ଶ୍ରୀନାଥ ରେଡ୍ଡୀ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ପ୍ରଫେସର ପଦ୍ମଶ୍ରୀ ସୁବ୍ରତ ଆଚାର୍ଯ୍ୟ, କିଡ୍‌ନୀ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ମୁକୁତ୍‌ ମିଞ୍ଜ, କର୍କଟରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡା. ଦିଗାମ୍ବର ବେହେରା, କର୍କଟ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡା. ରାଜନ୍‌ ବାଡୱେ, ମେଡିସିନ ବିଶେଷଜ୍ଞ ଡା. ଜଗତ ନାରୁଲା, ଏଲ୍‌.ଭି. ପ୍ରସାଦ ଚକ୍ଷୁ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡା. ଜିଏନ୍‌. ରାଓ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏହି ଟିମ୍‌ର ସଂଯୋଜକ ଭାବେ କାମ କରିବେ ମେଡିକାଲ୍‌ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି)ର ନିର୍ଦ୍ଦେଶକ। ଏମାନଙ୍କ ମଧ୍ୟରେ ଡା. ରମାକାନ୍ତ ପଣ୍ଡା, ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଦିଗାମ୍ବର ବେହେରା ଏବଂ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏସ୍‌ସିବି ମେଡିକାଲର ପୁରାତନ ଛାତ୍ର। ଏହି ଅଭିଜ୍ଞ ଡାକ୍ତରମାନେ ଅନେକ ବିରଳ ଅସ୍ତ୍ରୋପଚାର ଏବଂ ଗବେଷଣା ପାଇଁ ଦେଶ ଓ ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୫-ଟି ଅଭିଯାନରେ ଗତ ନଭେମ୍ବରରେ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ବା ଏମ୍‌ସ ପ୍ଲସ ହସ୍ପିଟାଲରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏପରି କି ପ୍ରାୟ ଏକ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏସ୍‌ସିବି ମେଡିକାଲକୁ ସମ୍ପ୍ରସାରଣ କରିବା ପାଇଁ ଆଖପାଖ ଅଞ୍ଚଳରୁ ଉଚ୍ଛେଦ ଚାଲିଛି। ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉକ୍ତ ମେଡିକାଲ ଅନେକ ଗୌରବ ହାସଲ କରିଛି। ଏପରି କି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଶାର କିରଣ ସାଜିଛି। ଏଣୁ ଏହାର ବିକାଶ ଦିଗରେ ଉପରୋକ୍ତ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

କେନ୍ଦୁଝର,୧୯।୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri