ବିଷ ପିଆଇ ହତ୍ୟା ଅଭିଯୋଗ ପରେ ମାଟି ତଳୁ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ, ବରଗଡ଼ ଏସ୍‌ପିଙ୍କୁ ଭେଟିଲେ ପରିବାରଲୋକେ

ବରଗଡ଼ ଅଫିସ୍‌,୨।୮- ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମ୍ବାମୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁର ୩ ମାସ ପରେ ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯିବା ପରେ ପୋଲିସ ମାଟୁତଳୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଅପରପକ୍ଷେ ଅଭିଯୁକ୍ତମାନେ ମୃତକଙ୍କ ପରିବାରର ସମସ୍ତଙ୍କୁ ହତ୍ୟା ଧମକ ଦେଉଥିବା ପୁନର୍ବାର ଅଭିଯୋଗ ହୋଇଛି। ଏଣୁ ସେମାନଙ୍କୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି କରି ପରିବାରଲୋକେ ଶୁକ୍ରବାର ବରଗଡ଼ ଏସପି ମୁକେଶ କୁମାର ଭାମୁଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଉଦୟ ତାଣ୍ଡି(୬୦)ଙ୍କୁ ଗତ ଏପ୍ରିଲ ୧୭ତାରିଖ କେତେକ ଲୋକେ ଡାକି ନେଇ ମଦରେ ବିଷ ମିଶାଇ ତାହା ପିଇବାକୁ ଦେବା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ମୃତକଙ୍କ ସ୍ତ୍ରୀ ଇଲା ଗତ ଜୁଲାଇ ୧୮ତାରିଖ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ ମେଲଛାମୁଣ୍ଡା ଥାନା ପୋଲିସ ଏକ ମାମଲା(ନଂ-୯୧/୨୦୧୯) ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଶ୍ମଶାନକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ମୃତ ଉଦୟଙ୍କ ମୃତଦେହ ଉଦ୍ଧାର କରିଥିଲା। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ସେତେବେଳେ ମୃତଦେହ ବ୍ୟବଚ୍ଛେଦ ମଧ୍ୟ ହୋଇଥିଲା। ତେବେ ପୋଲିସ ଏହି ମାମଲାର ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ଅପରପକ୍ଷେ ସ୍ବାଚ୍ଛନ୍ଦରେ ବୁଲାବୁଲି କରୁଥିବା ଅଭିଯୁକ୍ତମାନେ ପରିବାରର ସମସ୍ତଙ୍କୁ ମାରିଦେବା ପାଇଁ ଖୋଲାଖୋଲି ହତ୍ୟା ଧମକ୍‌ ଦେଉଥିବା ଇଲା ଅଭିଯୋଗ କରିଛନ୍ତି । ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ଜୀବନ ଅସୁରକ୍ଷିତ ସେ କହିଛନ୍ତି । ଫଳରେ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଇଲା ଶୁକ୍ରବାର ବରଗଡ଼ ଏସପିଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ର ପ୍ରଦାନ ପାଇଁ ଇଲାଙ୍କ ସହିତ ପୁଅ ଜିତ, ଅଜିତ, ଅଜା ବଲ ବାଗ ଏବଂ ଅନ୍ୟଜଣେ ପଡ଼ୋଶୀ ଟଙ୍କଧର କଣ୍ଟା ଏସପିଙ୍କ ପାଖକୁ ଆସିଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ନ୍ୟାୟ ପାଇଁ ସପରିବାର ଏସପି ଅଫିସ ଆଗରେ ଧାରଣା ଦେବେ ବୋଲି ଇଲା କହିବା ସହିତ ସ୍ମାରକପତ୍ରରେ ତାହା ଉଲ୍ଲେଖ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ବାଂଲାଦେଶର ବୟାନ ଆଧାରହୀନ, ସୂତ୍ର କହୁଛି…

ଢାକା,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୪ ଏପ୍ରିଲ, ୨୦୨୫) ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହିତ ହିନ୍ଦୁଙ୍କ ସମେତ ବାଂଲାଦେଶରେ...

ନାଁ ନ ନେଇ ଚାଇନାକୁ ଚେତାଇଲା ଶ୍ରୀଲଙ୍କା, ମୋଦିଙ୍କ ସାମ୍ନାରେ ରାଷ୍ଟ୍ରପତି କହିଲେ, ଭାରତ ବିରୋଧରେ ଏପରି…

କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ୪ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ...

ରାମ ନବମୀ ପୂର୍ବରୁ ଅଶାନ୍ତ ହେଲା ପଶ୍ଚିମବଙ୍ଗ, ପୂଜା ପେଣ୍ଡାଲ, ମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

କୋଲକାତା,୫।୪: ବଙ୍ଗଳାରେ ରାମନବମୀ ଶୋଭାଯାତ୍ରାର ପ୍ରସ୍ତୁତି ମଧ୍ୟରେ ଉତ୍ତର ୨୪ ପ୍ରଗଣାର ଗୋବରଡାଙ୍ଗା ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଲୋକମାନେ ଅଭିଯୋଗ କରିଛନ୍ତି ଯେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image