ବିଷାକ୍ତ ବର୍ଜ୍ୟଜଳରେ ପ୍ରଦୂଷିତ ଶିଳ୍ପାଞ୍ଚଳ

ଯାଜପୁର ଅଫିସ,୧୪।୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଷାକ୍ତ ବର୍ଜ୍ୟପାଣି ଓ ଧୂଆଁ ଛାଡ଼ିବାରେ କାରଖାନାଗୁଡ଼ିକ କାହାକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ସାରା ରାଜ୍ୟରେ ଦ୍ୱିତୀୟ ପ୍ରଦୂଷଣ ଅଞ୍ଚଳ ଭାବେ ବଦନାମ ଆଣିଛି। ଏହିକ୍ରମରେ ମାନପୁର ରେଲୱେ ଓଭରବ୍ରିଜ ନିକଟରୁ ଭିସାଷ୍ଟିଲ ଛକ ପର୍ଯ୍ୟନ୍ତ ରେଳଲାଇନ ପାର୍ଶ୍ୱ ରାସ୍ତାରେ କୁଢ଼କୁଢ଼ କଳା ପାଉଁଶ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହାସହ ଜିନ୍ଦଲ ଷ୍ଟେନ୍‌ଲେସ୍‌ଷ୍ଟିଲ ଓ କେଜେ ଇସ୍ପାତ କାରଖାନାର ବର୍ଜ୍ୟପାଣି ସଚରାଚରକୁ ଦୂଷିତ କରୁଛି। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସଦସ୍ୟ ସଚିବ ତାଙ୍କ ପତ୍ରସଂଖ୍ୟା ୧୩୧୩୪/୨ା୧୧ା୨୦୧୮ରେ ବିଷାକ୍ତ କ୍ରୋମିୟମ ପାଣିର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ସଂଶୋଧକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶର ୧୫ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିନ୍ଦଲ କର୍ତ୍ତୃପକ୍ଷ କୌଣସି ପ୍ରତିକାରମୂଳକ ବ୍ୟବସ୍ଥା କରି ନାହାନ୍ତି। ଯାହାଫଳରେ ମାନପୁର ରେଲୱେ ଓଭରବ୍ରିଜଠାରୁ ଭିସାଷ୍ଟିଲ ଛକ ପର୍ଯ୍ୟନ୍ତ ରାସ୍ତାକଡରେ ଅହରହ ବିଷାକ୍ତ ପାଣି ପ୍ରବାହିତ ହେଉଛି। ନିକଟରେ ଏସ୍‌ପିସିବି ପକ୍ଷରୁ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲକୁ କାରଣ ଦର୍ଶାଅ ନୋଟିସ ସହ ଜଳ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ପାଇଁ ଆବଶ୍ୟକ ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ନିର୍ଦ୍ଦେଶ ହୋଇଛି ବୋଲି ସୂଚନା ମିଳିଛି।
ଏସ୍‌ପିସିବିର ମୁଖ୍ୟ ଓ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ମିଳିତ ଭାବେ ୨୦୧୮ସେପ୍ଟେମ୍ବର ମାସରେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ପାଚେରୀ କଡ଼ରୁ ଜଳ ନମୁନା ସଂଗ୍ରହ କରିଥିଲେ। ଏହି ଜଳନମୁନା ପରୀକ୍ଷା କରିବା ପରେ ସେଥିରେ ବିଷାକ୍ତ କ୍ରୋମିୟମ ଅଧିକମାତ୍ରାରେ ରହିଥିବା ଜଣାପଡ଼ିଥିଲା। ଯାହାକି ଚାଷ ଜମି ସହ ପ୍ରାଣୀଜଗତ ପାଇଁ ବିପଦ ବୋଲି ଜଣାପଡ଼ିଛି। ଏହାପରେ ଏସ୍‌ପିସିବି ପକ୍ଷରୁ ଏକାଧିକ ଥର ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲକୁ ଚେତାବନୀ ଦିଆଯାଇଛି। କିନ୍ତୁ ଉପଯୁକ୍ତ ଉପଚାର ବ୍ୟବସ୍ଥା ଗ୍ରହଣ ହୋଇ ପାରିନାହିଁ। ଏପରିକି ଏସ୍‌ପିସିବି ପକ୍ଷରୁ ୫ ମାସ ତଳେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏଥିରେ ଆବଶ୍ୟକ ପ୍ରଦୂଷଣ ଉପଚାର ବ୍ୟବସ୍ଥା ଗ୍ରହଣ ସହ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। ହେଲେ ଏଯାବତ୍‌ ଉକ୍ତ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ ହୋଇ ନ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଉପରୋକ୍ତ ରାସ୍ତାର ୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଥିବା ପୋଲଦେଇ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ କେଜେ ଇସ୍ପାତର ବିଷାକ୍ତ ବର୍ଜ୍ୟଜଳ ବାହାରୁଛି। ଏହି ବର୍ଜ୍ୟଜଳ ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ପୋଲରେ ବାହାରି ଗଣ୍ଡନାଳାରେ ମିଶୁଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ୨୦୧୬ରୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ଆଇନ ୧୯୮୧ର ଧାରା ୩୧ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ଆଇନ ୧୯୭୪ର ଧାରା ୩୩ ଅନୁଯାୟୀ ଏସ୍‌ପିସିବି ପକ୍ଷରୁ କେବଳ କାରଣଦର୍ଶାଅ ନୋଟିସ ଜାରି ହେଉଛି। ବର୍ଜ୍ୟପାଣି ପ୍ରବାହ ବନ୍ଦ କରା ନ ଗଲେ ମିଳିଥିବା ଅନୁମତିକୁ ପ୍ରତ୍ୟାହାର କରି ଦିଆଯିବ ବୋଲି ବୋର୍ଡ ଚେତାବନୀ ଦେଇଆସୁଛି। କିନ୍ତୁ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ବିପଦ ହେଉଥିବା ବିଷାକ୍ତ ବର୍ଜ୍ୟପାଣି ନିର୍ଗତ ବନ୍ଦ ହେଉ ନାହିଁ। କେବଳ ଲୋକଦେଖାଣିଆ ଭାବେ ଏସ୍‌ପିସିବି କର୍ତ୍ତୃପକ୍ଷ ନୋଟିସ ଜାରି କରି ନିଜର ଦାୟିତ୍ୱ ସମ୍ପାଦନ କରୁଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିନ୍ଦଲକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ନିର୍ଦ୍ଧାରିତ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ୍‌ର ଅଧିକାରୀ ବିଜୟାନନ୍ଦ ମହାରଣା କହିଛନ୍ତି ଯେ, ଜିନ୍ଦଲ କାରଖାନାରୁ କୌଣସି ବର୍ଜ୍ୟପାଣି ବାହାରକୁ ଯାଉନାହିଁ। ଆବଶ୍ୟକ ଟ୍ରିଟ୍‌ମେଣ୍ଟ କରାଯାଇ ବାହାରକୁ ଛଡ଼ା ଯାଉଛି। ତେବେ ଏସ୍‌ପିସିବି ପକ୍ଷରୁ ହୋଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri