ପାଟଣା, ୨୧।୬: ବିହାରରେ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟେ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ ଯୋଗୁ ଏଯାଏ ୧୪୦ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟିଛି। କେବଳ ମୁଜାଫରପୁରରେ ୧୨୨ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି। ଶିଶୁ ମୃତ୍ୟୁ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଭିନ୍ନ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ ମଧ୍ୟ ଅଂଶୁଘାତ ଶିକାର ରୋଗୀଙ୍କୁ ଭେଟିଛନ୍ତି।