ବୀରକିଶୋରୀ ବଲ୍ଲଭରେ ଲାଗି ହେଉନି କାକରା ପିଠା

ପୁରୁଣା ଭୁବନେଶ୍ୱର,୨୬।୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜଙ୍କର ବାରମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଦୈନନ୍ଦିନ ନୀତିକାନ୍ତିରେ ଠାକୁରଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ। ହେଲେ କେତେଜଣ ସେବାୟତଙ୍କର ଖାମଖିଆଲ ମନୋଭାବ ଯୋଗୁ ଠାକୁରଙ୍କୁ ଭୋଗ ଲାଗିରେ ବ୍ୟତିକ୍ରମ ଦେଖାଦେଇଛି। ବୀରକିଶୋରୀ ବଲ୍ଲଭରେ ଠାକୁରଙ୍କୁ କାକରା ପିଠା ଲାଗି ହୋଇଥାଏ। ଦେଢ଼ ମାସ ହେବ ନୀତିରେ କାକରା ପିଠା ଜାଗାରେ ଛୋଟ ଛୋଟ ଆରିସା ଲାଗି ହେଉଛି। ବର୍ଷ ବର୍ଷର ରହିଥିବା ପରମ୍ପରାରେ ବ୍ୟତିକ୍ରମକୁ ନେଇ ସେବାୟତ, ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟ ବୋର୍ଡ ଠାକୁରଙ୍କ ଏ ସମସ୍ତ ଭୋଗ ପାଇଁ ସାମଗ୍ରୀ ଯୋଗାଇଥାନ୍ତି। ତେବେ ଦାୟିତ୍ୱରେ ଥିବା ପାଳିଆ ସେବାୟତ କ’ଣ ପାଇଁ କାକରା ପିଠା ସ୍ଥାନରେ ଆରିସା ପିଠାରେ କାମ ଚଳାଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ପୂଜାପଣ୍ଡା ସେବାୟତ ମଣ୍ଟୁ ପୂଜାପଣ୍ଡା ସମ୍ପୃକ୍ତ ଭୋଗ ପ୍ରସ୍ତୁତକାରୀ ପାଳିଆ ସେବାୟତ ଏବଂ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଇଥିଲେ। ହେଲେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି। ଟ୍ରଷ୍ଟ ବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ, ଟ୍ରଷ୍ଟ ବୋର୍ଡ ଏ ନେଇ କୌଣସି ଅଭିଯୋଗ ପାଇନି। ଦୈନନ୍ଦିନ ବୋର୍ଡ ପକ୍ଷରୁ ଠାକୁରଙ୍କ ଭୋଗ ପାଇଁ ଜିନିଷପତ୍ର ଯୋଗାଇଥାଏ। ଏଥିରେ ବୋର୍ଡ ପକ୍ଷରୁ କୌଣସି ବ୍ୟତିକ୍ରମ ହୋଇନାହିଁ। ଯଦି ଏମିତି କିଛି ହେଉଥିବ ତାହା ହେଲେ ଏ ନେଇ ତୁରନ୍ତ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ମାଫିଆଙ୍କ ହାତବାରିସୀ ସାଜିଛି ପୋଲିସ: ଗୁମର ଫିଟାଇଲା ଏଡିଜିଙ୍କ ଚିଠି

କଟକ,୨୬ା୯: ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ...

ପମି ଆଣିଲେ ଅଭିଯୋଗ: ଚୋରି କରି ନେଇଛନ୍ତି ମୋ ଗୀତ

ଭୁବନେଶ୍ୱର,୨୬ା୯: ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ କଣ୍ଠଶିଳ୍ପୀ ପମି ମିଶ୍ର। ତାଙ୍କର ୧୪ ବର୍ଷ ପୁରୁଣା ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା...

ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି; ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୬ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ନେଇ ଗୁରୁବାର ପୁରୀ ଜିଲାର ସମସ୍ତ...

ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୯: ରାଜ୍ୟରେ ଦଶହରା ଉତ୍ସବକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ।...

ବଦଳିଲେ ୪୩ଜଣ ବିଡିଓ, ଜାଣନ୍ତୁ ଆପଣଙ୍କ ବ୍ଲକ୍‌ର କିଏ…

ଭୁବନେଶ୍ୱର,୨୬।୯: ଓଏଏସ ସ୍ତରରରେ ବଡ଼ ଧରଣର ଅଦଳବଦଳ କଲେ ସରକାର। ୪୩ଜଣ ବିଡିଓଙ୍କୁ ବଦଳି କରାଯାଇଛି। ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ...

‘ଆମର ଏଠି ନେତା ପୁଅ ନେତା ହୁଅନ୍ତିନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି’

ଭୁବନେଶ୍ୱର,୨୬ା୯: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।...

ଭାଜପାର ବଢିଲା ଟେନଶନ: ବିଜେଡି କରିଦେଲା ଏପରି ଦାବି, ଭାଜପାରେ ହଲଚଲ!

ଭୁବନେଶ୍ୱର,୨୬।୯: ପ୍ରେସମିଟ୍‌ କରି ଜାତିଭିତ୍ତିକ ଜନଗଣନା ଦାବି କଲା ବିଜୁ ଜନତା ଦଳ। ଗଣମାଧ୍ୟକୁ ସମ୍ବୋଧନ କରି ଶାସକ ଭାଜପା ଆଗରେ ଏପରି ଦାବି ରଖିଛନ୍ତି...

ଦେଇନାହାନ୍ତି ଏହି ଡକ୍ୟୁମେଣ୍ଟ, ଜମା ଆସିବନି ସୁଭଦ୍ରା ଟଙ୍କା, ଜାଣି ନିଅନ୍ତୁ…

ଭୁବନେଶ୍ୱର,୨୬।୯: ଭାଜପା ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ମହିଳାଙ୍କୁ ୫ହଜାର ଟଙ୍କାର ଭାଉଚର୍‌ ଆସିଛି। ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri