ବକସା,୧୪।୭: ଆସାମରେ ଆସିଥିବା ବନ୍ୟା ପରିସ୍ଥିତି ଏବେ ଗାଁଠାରୁ ସହର ସବୁଠି ସାଧାରଣ ଜନ ଜୀବନକୁ ପ୍ରଭାବିତ କରିଛି। ତେବେ ଆସାମରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ଏଥିରୁ ବାଦ୍ ପଡିନି। ଏହାର ପାଖାପାଖି ୭୦ ଭାଗ ବୁଡି ଯାଇଥିବାରୁ ଏଠାରେ ଥିବା ଜୀବଜନ୍ତୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଦେଖାଯାଇଛି। ବିଶେଷ କରି ଏଠାକାର ଗୋଟିଏ ଶିଙ୍ଗ ଥିବା ଗଣ୍ଡା, ବାଘ ଓ ହାତୀ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଉଦ୍ୟାନ ଦାୟିତ୍ୱରେ ଥିବା ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।