ଆଜିକାଲ ଡିଜିଟାଲ ଯୁଗ। ହାତ ପାଆନ୍ତାରେ ଅନେକ ଜିନିଷ ମିଳିଯାଉଛି। ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଦ୍ୱାରା ମାନବ ସମାଜ କେତେ ଉପକୃତ ହେଉଛି ତାହା କହିବା ବାହୁଲ୍ୟ। କେବଳ ଯୁବପିଢ଼ି ନୁହନ୍ତି ଏହି ନିଶା ଛୋଟ ପିଲାଙ୍କୁ ମଧ୍ୟ ଘାରିଛି। ଛାତ୍ରୀଛାତ୍ର ପାଠ ସମ୍ପର୍କିତ ଅନେକ ତଥ୍ୟ ଏଥିରୁ ପାଇପାରୁଛନ୍ତି। ତା’ସହ ଡିଜିଟାଲ ଡିଭାଇସ୍ରେ ଗେମ୍ ଖେଳିବା ଅନେକ ପିଲାଙ୍କର ଏକ ଅଭ୍ୟାସ ପାଲଟିଯାଇଛି କହିଲେ ଭୁଲ୍ ହେବନାହିଁ। କିନ୍ତୁ ଏହାଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତାରେ ବିକାଶ ଘଟିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିିଛି। ଡିଜିଟାଲ ଡିଭାଇସ୍ ଏବଂ ପିଲାଙ୍କ ବୁଦ୍ଧିମତ୍ତା’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ ଅଧିକାଂଶ ସମୟ ଡିଜିଟାଲ ଡିଭାଇସ୍ ସହ ଜଡ଼ିତ ରହୁଥିବା ପିଲାଙ୍କର ବୁଦ୍ଧିମତ୍ତାରେ କି ପ୍ରକାର ବିକାଶ ଘଟୁଛି ତାହାକୁ ତନ୍ନ ତନ୍ନ କରି ଲକ୍ଷ୍ୟ କରାଯାଇଥିଲା। ଏହାଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତା ପୂର୍ବାପେକ୍ଷା ପ୍ରଖର ରହୁଥିବାର ଜଣାପଡ଼ିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଆବଶ୍ୟକତାଠାରୁ ଅଧିକ ସମୟ ସେମାନେ ଡିଜିଟାଲ ଡିଭାଇସ ସହ ଜଡ଼ିତ ହେବା ଠିକ୍ ନୁହେଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।