ଭୁବନ,୧୨।୮(ଡି.ଏନ.ଏ.)- ଶ୍ରାବଣ ମାସର ଶେଷ ସୋମବାରରେ ଭୁବନ ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭୋର ୪ଟାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ଜଳ ଲାଗି କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳର ବହୁ ମହିଳା, ଯୁବତୀଯୁବକମାନେ ଆସି ପୂର୍ବ ଦିନରୁ ରହିଥିଲେ। ବ୍ରାହ୍ମଣୀ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜଳଲାଗି କରିଥିଲେ। ଭକ୍ତଙ୍କ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସତ୍ୟସାଇ ସେବାସମିତି, ଗଣେଶ ପୂଜା ଟାରିଟେଲ ଟ୍ରଷ୍ଟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିଲେ।