ବେଆଇନ ପଥର ବୋଝେଇ ୮ ଡମ୍ପର ଜବତ: ଆଦାୟ ହେଲା ୧.୪୪ ଲକ୍ଷ ଜରିମାନା

ଜଳେଶ୍ୱର, ୯।୧(ସ୍ବ.ପ୍ର.)-ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶେଷ କରି ଗ୍ରାମାଞ୍ଚଳ ରାସ୍ତାଗୁଡିକରେ ଭାରିଯାନଗୁଡିକ ଯାତାୟାତ କରୁଥିବାରୁ ରାସ୍ତାଗୁଡିକ ନଷ୍ଟ ହୋଇଯାଉଛି। ଏହାର ପ୍ରତିବାଦରେ ଗତ ସୋମବାର ରାତିରେ ରାଇବଣିଆ ଅଞ୍ଚଳର ହାତୀଗଡ-ଓଲମରା ରାସ୍ତାରେ ଗ୍ରାମବାସୀ ପଥର ବୋଝେଇ ୮ଟି ଡମ୍ପର(ନଂ.ଓଡି୦୧-କେ୧୮୬୬, ଓଡି୦୧-ଏଚ୍‌-୧୯୯୪, ଓଡି୦୧-କେ-୨୧୧୯, ଓଡି୦୧-ଏଥ-୧୮୬୬, ଓଡି୨୨ସି-୩୫୨୫, ଓଡି୦୧କେ-୫୦୬୬, ଓଡି୦୧ଏଲ୍‌-୧୮୬୬, ଓଡି୦୧ଏକ୍ସ-୬୨୯୨) ଅଟକ ରଖି ଓଲମରା ଆର୍‌ଆଇଙ୍କୁ ଖବର ଦେଇଥିଲେ। ଆରଆଇ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲେ। ପରେ ସେଗୁଡିକୁ ରାଇବଣିଆ ଥାନାରେ ଅଟକ ରଖାଯାଇଥିଲା। ମଙ୍ଗଳବାର ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଏହାକୁ ଜବତ କରିଥିଲେ। ସେସବୁ ଡମ୍ପର ସୁବର୍ଣ୍ଣରେଖା ନଦୀର ମାକିଡିଆଠାରେ ନିର୍ମାଣାଧୀନ ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ପାଇଁ ଯାଉଥିବାରୁ ସେମାନଙ୍କୁ ସତର୍କ କରାଯାଇ ଏପରି ବେଆଇନ ଓଭରଲୋଡିଂ ନ କରିବା ପାଇଁ ତହସିଲଦାର ପଣ୍ଡା ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଜରିମାନ ବାବଦକୁ ପ୍ରତି ଡମ୍ପର ପିଛା ୧୮ହଜାର ହିସାବରେ ୧ଲକ୍ଷ ୪୪ ହଜାର ଟଙ୍କା ଆଦାୟ କରିଥିଲେ। ସୂଚନାଯୋଗ୍ୟ ସେହିସବୁ ଭାରିଯାନଗୁଡିକ ବିଦ୍ୟାଳୟ ଶିକ୍ଷାଦାନ ସମୟରେ ପରିବହନ ନ କରିବାକୁ ସମ୍ପୃକ୍ତ ମାଲିକମାନଙ୍କୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri