ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଲା କମିଶନରେଟ୍‌ ପୋଲିସ: ଗାଡ଼ିରେ ତାଲା ପକାଇ ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବେଆଇନ୍‌ ପାର୍କିଂ। ତେଣୁ ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଏଣିକି ଏଣେତେଣେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିବା ଲୋକଙ୍କୁ ଜରିମାନା ଗଣିବାକୁ ପଡ଼ିବ। ରାସ୍ତାରୁ ଆଉ ଏଭଳି ଗାଡ଼ିଗୁଡିକୁ ଥାନାକୁ ନିଆଯିବନାହିଁ, ବରଂ ସେଗୁଡ଼ିକର ଚକରେ ତାଲା ପକାଯିବ। ଜରିମାନା ଦେବା ପରେ ଯାଇ ଗାଡ଼ି ଛାଡ଼ିବ ପୋଲିସ। ବୁଧବାର ରାଜଧାନୀର ସଚିବାଳୟ ମାର୍ଗ, ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ଏବଂ ଫର୍ଚ୍ୟୁନ୍‌ ଟାୱାର ଆଦି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡିକର ଚକରେ ପୋଲିସ ପକ୍ଷରୁ ତାଲା ପକାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ପ୍ରତି ଗାଡ଼ିରୁ ଜରିମାନା ବାବଦରେ ୫୦୦ ଟଙ୍କା ଆଦାୟ କରାଯାଇଥିଲା। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ୧୮ଟି କାର୍‌ ଚକରେ ତାଲା ପକାଯିବା ସହ ୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଡ୍ରୋନ ଜରିଆରେ ୨୩ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୧୧ ହଜାର ୫୦୦ ଟଙ୍କା ଆଦାୟ ହୋଇଥିବା ଟ୍ରାଫିକ ଏସିପି କିଶୋର କୁମାର ପାଣଗ୍ରାହୀ ସୂଚନା ଦେଇଛନ୍ତି।
ଏ ନେଇ କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା କହିଛନ୍ତି, ବିଏମ୍‌ସି, ବିଡିଏ, ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ବିଭାଗ ଏବଂ ଆର୍‌ଟିଓ କର୍ମଚାରୀଙ୍କୁ ନେଇ ଆସନ୍ତା ୬ତାରିଖରେ ଏକ ସ୍ବତନ୍ତ୍ର ବୈଠକ ବସିବ। ଏଥିରେ ଟ୍ରାଫିକ ସମସ୍ୟା ଦୂର ନେଇ ଆଲୋଚନା କରାଯିବ। ବିଏମ୍‌ସି ପାର୍କିଂ ଜାଗା ସମେତ ଏନ୍‌ଏଚ୍‌ଏଆଇ ଏବଂ ପୂର୍ତ୍ତ ବିଭାଗ ସୀମା ନିର୍ଦ୍ଧାରଣ କରିବା ପରେ ରାସ୍ତା କଡରେ ଥିବା ଧଳା ଲାଇନକୁ ଚିହ୍ନଟ କରାଯିବ। କେଉଁ ସ୍ଥାନରେ ପାର୍କିଂ କରାଯିବ ଓ କେଉଁଠାରେ କରାଯିବ ନାହିଁ, ତାହାକୁ ଭଲ ଭାବେ ଚିହ୍ନଟ କରାଯିବ। ଲୋକେ ଏହା ଅବଗତ ହେବା ପରେ ସମସ୍ୟାରେ ଅନେକ ସୁଧାର ଆସିପାରିବ। ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ। ଏପରି କି ଡ୍ରୋନ ମାଧ୍ୟମରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ସଚେତନ କରାଯିବା ପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପୋଲିସ କମିଶନର। ସେହି କ୍ରମରେ ବୁଧବାର ଟ୍ରାଫିକ ପୋଲିସ ପକ୍ଷରୁ ଉପରୋକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ...

ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଟିସିଏ...

ଏମିତି କେବେ କହି ନ ଥିଲେ ମୁନା ଖାନ୍‌, ବିଜେଡି ଆଗକୁ…

ଭୁବନେଶ୍ୱର,୩।୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ଟାର୍ଗେଟ କରିଥିଲେ। ଯାହାକୁ ଆଜି କାୁଣ୍ଟ କରିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର ଓ ରାଜ୍ୟ...

ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ…

ଭୁବନେଶ୍ୱର,୩ା୧୦: ବିଜେଡିକୁ ନେଇ ଭାଜପା ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri