ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି। ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ ହାନୀ ସହ ପରିବେଶ ପ୍ରଦୂଷିତ ହେଉଛି। ଏପରିକି ରୁଷିକୂଲ୍ୟା ନଦୀ ପଠାରେ ମଧ୍ୟ ଇଟାଭାଟି କରାଯାଉଛି। ଭାଟି ମାଲିକମାନେ ମନଇଛା ଦରରେ ଇଟା ଲୋକଙ୍କୁ ବିକ୍ରି କରି ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଛତ୍ରପୁର, ଗଞ୍ଜାମ ସମେତ ବିଭିନ୍ନ ତହସିଲ ଅଞ୍ଚଳରେ ଏପରି ବେଆଇନ୍ ଭାବେ ଇଟାଭାଟି ଚାଲିଛି। ଏପରିକି ବାହାର ଜିଲାର ଶ୍ରମିକମାନଙ୍କୁ ଦଲାଲମାନଙ୍କ ଜରିଆରେ ଆଣି ଉକ୍ତ ଇଟାଭାଟିରେ ନିୟୋଜିତ କରାଯାଉଛି। ବିଭିନ୍ନ ସମୟରେ କହିବା ମୁତାବକ ମଜୁରି ମଧ୍ୟ ଶ୍ରମିକମାନଙ୍କୁ ମିଳୁ ନ ଥିବା ଘଟଣା ଦୃଷ୍ଟିକୁ ଆସୁଛି। ଗତ ସପ୍ତାହରେ ଗଞ୍ଜାମ ବ୍ଲକ ସୁବଳୟାରେ ଥିବା ଇଟାଭାଟି ଶ୍ରମିକମାନଙ୍କଠାରେ ଘଟିଥିବା ଘଟଣା ଏହାର ଉଦାହରଣ। ଆହୁରି ଜଣାଯାଇଛି ଇଟାଭାଟି ଗୁଡିକରେ ଅନ୍ୟ ଜିଲାର ଶ୍ରମିକମାନେ ନିଜ ପରିବାର ସଦସ୍ୟଙ୍କ ସହ ଆସି ଏଠାରେ କାମ କରୁଛନ୍ତି। ଏପରିକି ପରିବାରର ସଦସ୍ୟଙ୍କ ସହ ଙdଙ୍କଶିଶୁମାନେ ମଧ୍ୟ ଇଟାଭାଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଫଳରେ ଶିଶୁମାନଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଉଛି। ଛତ୍ରପୁର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏପରି ବେଆଇନ ଭାବେ ଇଟାଭାଟି ଚାଲୁଥିବା ଜଣାପଡିଛି। ଅପରପକ୍ଷରେ ଗଞ୍ଜାମ ବ୍ଲକ ସୁବଳୟା ନିକଟରେ ଥିବା ଇଟାଭାଟିରେ ନିୟୋଜିତ ବରଗଡ ଜିଲାର ଶ୍ରମିକମାନଙ୍କ ଘଟଣା ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ୍ ଇଟାଭାଟି ଚାଲୁଥିବା ଓ ଶିଶୁମାନଙ୍କୁ ଏଥିରେ ନିୟୋଜିତ କରୁଥିବା ନେଇ ଅଭିଯୋଗ ସମ୍ପର୍କରେ ଜିଲାପାଳ ଅବଗତ ହୋଇଛନ୍ତି। ଏହାପରେ ସବୁ ଇଟାଭାଟି ଗୁଡିକ ଯାଞ୍ଚ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶଯେ, ଗତ ସପ୍ତାହରେ କମ୍ ମଜୁରି ଏବଂ ବାତ୍ୟା ଫନୀ ବେଳେ ଭାଟି ମାଲିକ କୌଣସି ବ୍ୟବସ୍ଥା କରି ନ ଥିବାରୁ ବରଗଡ ଜିଲାରୁ ଆସିଥିବା ୮୦ ଶ୍ରମିକ ସୁବଳୟା ନିକଟ ଇଟାଭାଟିରୁ ଲୁଚି ପଳାଇ ଆସିଥିଲେ। ଏଥିରେ କେତେକ ହୁମ୍ମା ଷ୍ଟେଶନରେ ଥିବା ବେଳେ ଅନ୍ୟ ଶ୍ରମିକମାନେ ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଉକ୍ତ ୮୦ ଶ୍ରମିକଙ୍କ ଖାଇବା ବ୍ୟବସ୍ଥା ସହ ସେମାନଙ୍କ ଘରକୁ ଜିଲାପାଳ ପଠାଇଥିଲେ। ଇଟା ଭାଟି ସିଲ୍ କରାଯିବା ସହ ମାଲିକଙ୍କୁ ୪୦ ହଜାର ଟଙ୍କା ଜରିମାନା ଏବଂ କାରଣଦର୍ଶାଅ ନୋଟିସ୍ ଗଞ୍ଜାମ ତହସିଲଦାରଙ୍କ ପକ୍ଷରୁ କରାଯାଇଥିଲା।
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...
ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା
ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...
୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…
ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...
Archives


