Posted inଖେଳ

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ ଶତକ ବେକାର ହୋଇଛି। ଗେଲ୍‌ଙ୍କ ଶତକ ଓ ଚାଦ୍ୱିକ ଓ୍ବାଲଟନଙ୍କ ୩୬ ବଲରୁ ୭୩ ରନ୍‌ର ଇନିଂସ ଯୋଗୁ ଜାମାଇକା ତାଲାଓ୍ବାସ ୨୪୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା ସିପିଏଲ ଇତିହାସର ସର୍ବାଧିକ ଦଳଗତ ସ୍କୋର ଥିଲା। ହେଲେ ଏହି ରେକର୍ଡ ମାତ୍ର କିଛି ସମୟ ପାଇଁ ତିଷ୍ଠି ପାରିଥିଲା। ବ୍ୟାଟ୍ସମ୍ୟାନଙ୍କ ମିଳିତ ଉଦ୍ୟମରେ ସେଣ୍ଟ କିଟ୍ସ ଓ ନେଭିସ ପାଟ୍ରିଓଟ୍ସ ଦଳ ବିଶାଳ ବିଜୟ ଲକ୍ଷ୍ୟକୁ ୭ ବଲ ପୂର୍ବରୁ ହାସଲ କରିନେଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଜାମାଇକା ତାଲାଓ୍ବାସ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା। ଦଳ ପାଇଁ ଗେଲ୍‌ ୬୨ ବଲରୁ ୧୧୬ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୧୦ ଛକା ଓ ୭ ଚୌକା ସାମିଲ ଥିଲା। ସେହିଭଳି ୮ ଛକା ଓ ୩ ଚୌକା ସହାୟତାରେ ଓ୍ବାଲଟନ ୭୩ ରନ୍‌ କରିଥିଲେ। ଜବାବରେ ଡେଭନ ଥୋମାସ ୭୧, ଇଭିନ ଲୁଇସ ୫୩, ଲୌରି ଇଭାନ୍ସ ୪୧ ଓ ଫାବିଆନ ଆଲେନଙ୍କ ୩୭ ରନ୍‌ର ଇନିଂସ ବଳରେ ସେଣ୍ଟ କିଟ୍ସ ଓ ନେଭିସ ପାଟ୍ରିଅଟ୍ସ ଦଳ ୧୮.୫ ଓଭରରେ ୬ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଜାମାଇକା ଦଳ ପାଇଁ ଓଶାନେ ଥୋମାସ ୪ ଓ ଆଣ୍ଡ୍ରେ ରସେଲ ୨ ଉଇକେଟ ନେଇଥିଲେ। ମ୍ୟାଚ୍‌ରେ ଲୁଇସ ୧୭ ବଲରୁ ଅର୍ଦ୍ଧଶତକ ଲଗାଇଥିଲେ, ଯାହାକି ଲିଗ୍‌ ଇତିହାସର ଦ୍ରୁତତମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫ ମ୍ୟାଚରେ ପରାଜୟ ପରେ ବିଜୟ ସ୍ବାଦ ଚାଖିଲା ଚେନ୍ନାଇ

ଲକ୍ଷ୍ନୌ,୧୫ା୪: ଲଗାତର ୫ ମ୍ୟାଚରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ବିଜୟ ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ସିଏସ୍‌କେ ୫ ଉଇକେଟରେ...

ଅକ୍ଷର ପଟେଲଙ୍କୁ ୧୨ଲକ୍ଷ ଜରିମାନା

ନୂଆଦିଲ୍ଲୀ, ୧୪ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ଗେମ୍‌ରେ ସ୍ଲୋ ଓଭର ରେଟ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲକଙ୍କୁ ୧୨ ଲକ୍ଷ ଟଙ୍କ...

ସିଏସ୍‌କେରେ ଯୋଗ ଦେବେ ଆୟୁଷ

ଚେନ୍ନାଇ,୧୩ା୪: ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଯୋଗ ଦେବେ। ଏଲବୋରେ ଫ୍ରାଚକର ଯୋଗୁ ଗାଏକ୍ୱାଡ...

ସନ୍ତରଣରେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଜର୍ମାନୀର ଏହି ଅଲିମ୍ପିକ ଚାମ୍ପିୟନ

ଷ୍ଟକ୍‌ହାମ,୧୪ା୪: ଜର୍ମାନୀର ଅଲିମ୍ପିକ ଚାମ୍ପିୟନ ଲୁକାସ ମାର୍ଟେନ୍ସ ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ରେକର୍ଡ ଭଙ୍ଗ କରିଛନ୍ତି। ସ୍ବିମ୍‌ ଓପନ୍‌ ଷ୍ଟକ୍‌ହାମରେ ସେ ଏହି ସଫଳତା...

ହାଇଦ୍ରାବାଦ: SRH ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୪।୪: ସୋମବାର ହାଇଦ୍ରାବାଦର ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ ପରେ SRH ଖେଳାଳିମାନଙ୍କୁ ପାର୍କ ହାୟାତରୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ...

୭ ବର୍ଷ ପରେ IPL’ରେ ଅର୍ଦ୍ଧଶତକ ହାସଲ କଲେ ଇଣ୍ଡିଆ ଷ୍ଟାର, ଇଣ୍ଟରନେଟରେ ଛାଇଗଲେ

ନୂଆଦିଲ୍ଲୀ,୧୩ା୪: କରୁଣ ନାୟାର ସାତ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି।ଯେଉଁଥିରେ ସେ ଜସପ୍ରିତ ବୁମରାହଙ୍କ ଭଳି ବୋଲରଙ୍କୁ ଗଳି କ୍ରିକେଟ...

ହକି ଚାମ୍ପିୟନଶିପ୍‌: ମଧ୍ୟପ୍ରଦେଶ-ପଞ୍ଜାବ ଫାଇନାଲ

ଝାନ୍ସି,୧୩ା୪: ମଧ୍ୟପ୍ରଦେଶ ଓ ପଞ୍ଜାବ ନିଜ ନିଜର ସେମିଫାଇନାଲ ମ୍ୟାଚରେ ଯଥାକ୍ରମେ ମଣିପୁର ଓ ଉତ୍ତର ପ୍ରଦେଶକୁ ପରାସ୍ତକରି ରବିବାର ଜାତୀୟ ହକି ଚାମ୍ପିୟନଶିପ୍‌ ଫାଇନାଲରେ...

ଟି୨୦ରେ ବିରାଟ ରାଜ୍; ମାରିଲେ ୧୦୦ ଅର୍ଦ୍ଧଶତକ

ଜୟପୁର,୧୩ା୪: ଭାରତୀୟ ଦଳର ଷ୍ଟାର୍‌ ବିରାଟ କୋହଲି ରବିବାର କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image