‘ବେଶି ଟେଷ୍ଟ ହେଲେ ଅଧିକ ସଂକ୍ରମିତ ବାହାରିବେ’

ୱାଶିଂଟନ,୭ା୬: କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଗ୍ରେ ରହିଛି ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାକୁ ବସିଥିବାବେଳେ ୧ ଲକ୍ଷ ୧୨ ହଜାର ଲୋକ ଆଖିବୁଜିଲେଣି। ହେଲେ ଭାରତ ଓ ଚାଇନାରେ ଯଦି ଅଧିକ ଟେଷ୍ଟ କରାଯାଏ ତା’ହେଲେ ଉଭୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆମେରିକାଠାରୁ ବହୁ ଅଧିକ ହେବ। ଶୁକ୍ରବାର ମୈନ୍‌ସ୍ଥିତ ପୁରିଟାନ ମେଡିକାଲ ପ୍ରଡକ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି କହିଛନ୍ତି। ତାଙ୍କ ମତରେ ଆମେରିକାରେ ୨ କୋଟି ଲୋକଙ୍କ କରୋନା ଯାଞ୍ଚ କରାଯାଇଛି, ଯାହାକି ଅନ୍ୟ ଦେଶ ତୁଳନାରେ ଅଧିକ। ଜର୍ମାନୀରେ ୪୦ ଲକ୍ଷ ଏବଂ ଦକ୍ଷିଣ କୋରିଆରେ ୩୦ ଲକ୍ଷ ଯାଞ୍ଚ କରାଯାଇଥିବା ସେ କହିଛନ୍ତି।
ଜନସଂଖ୍ୟା ଦୃଷ୍ଟିରୁ ଆମେରିକାର ସ୍ଥାନ ବିଶ୍ୱରେ ୩ୟରେ ଥିବାବେଳେ ଚାଇନା ଏବଂ ଭାରତର ସ୍ଥାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ। ଆମେରିକାର ଜନସଂଖ୍ୟା ୩୩ କୋଟିରୁ ଊର୍ଦ୍ଧ୍ୱ ଥିବାବେଳେ ଚାଇନାର ଜନସଂଖ୍ୟା ପ୍ରାୟ ୧୪୪ କୋଟି ଏବଂ ଭାରତର ଜନସଂଖ୍ୟା ହେଉଛି ପ୍ରାୟ ୧୩୮କୋଟି। ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୩ ହଜାର ହୋଇଥିବାବେଳେ ଭାରତରେ ୨ ଲକ୍ଷ ୪୦ ହଜାର ଟପିଲାଣି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଇଛି। ଆମେରିକାବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ଆମେରିକାରେ ଅଧିକ ସଂକ୍ରମଣ ମାମଲା ରହିଛି, କାରଣ ଏଠାରେ ଅଧିକ ଟେଷ୍ଟ କରାଯାଉଛି। ଭାରତ ଓ ଚାଇନା ଭଳି କେତେକ ଦେଶରେ ଯଦି ଅଧିକ ଟେଷ୍ଟ କରାଯାଏ ତା’ହେଲେ ସେଠାରେ ମଧ୍ୟ ବହୁ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ନିଶ୍ଚିତ। ସେ ପୁରିଟାନ ମେଡିକାଲ ପ୍ରଡକ୍ଟକୁ ଉଚ୍ଚ ପ୍ରଶଂସା କରିଥିଲେ। ଉଚ୍ଚମାନର ମେଡିକାଲ ସ୍ବାବ୍‌ ଉତ୍ପାଦନ କରିବାରେ ପୁରିଟାନ ଶ୍ରେଷ୍ଠ କମ୍ପାନୀ ମଧ୍ୟରୁ ଅନ୍ୟତମ। ତ୍ୱରିତ ପରୀକ୍ଷଣ ପାଇଁ ଏହି ସ୍ବାବ୍‌ ଗୁରୁତ୍ୱପୂର୍ଣ୍ଣ। ଟେଷ୍ଟିଂ କ୍ଷମତା ବୃଦ୍ଧି ଯୋଗୁ ଆମେରିକା ଲକ୍‌ଡାଉନରୁ ମୁକ୍ତ ହେବାରେ ଲାଗିଛି ଏବଂ ଦେଶର ଅର୍ଥନୀତି ସୁଧରିବାରେ ଲାଗିଛି।
ଆମେ ଭୟକୁ ବାସ୍ତବରେ ପରିଣତ କରିବାକୁ ଦେଇନାହୁଁ। ଆମେରିକା ଇତିହାସରେ ମାସିକ ଚାକିରିରେ ପ୍ରାୟ ଦୁଇଗୁଣ ବୃଦ୍ଧି ଘଟିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ସେ ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟପ୍ରତି ନିର୍ବାଚନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସୂଚନାଥାଉ କି ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ବିଜୟୀ ହେବା ନେଇ ଏକାଧିକ ଜନମତ ସର୍ଭେ ଭବିଷ୍ୟବାଣୀ କରୁଛନ୍ତି। ହେଲେ ଟ୍ରମ୍ପ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ଭୁଲ୍‌ ରାଷ୍ଟ୍ରପତି ଚୟନ କରାଗଲେ ସେ ଟିକସ ବଢ଼ାଇବେ ଏବଂ ସୀମା ଖୋଲିଦେବେ। ଫଳରେ ସମସ୍ତେ ଆମ ଦେଶରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri