ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍ କରି ଦିଆଯାଇଛି। ଏଠାରେ କାମ କରୁଥିବା ପଜିଟିଭ୍ କର୍ମଚାରୀଜଣଙ୍କ ୧୫ ଏପ୍ରିଲ ଯାଏ ଅଫିସ ଆସିଥିଲେ। ତାଙ୍କ ସହ ସମ୍ପର୍କରେ ଆସିଥିବା ସବୁ ବ୍ୟକ୍ତି ବିଶେଷଙ୍କୁ ସେଲ୍ଫ ଆଇସୋଳେଶନରେ ପଠାଯାଇଛି। ପଜିଟିଭ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି।