କୋରେଇ,୨୦ା୮(ସ୍ବ.ପ୍ର.)- ବୈତରଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଲିମିଟର ଥିବା ବେଳେ ଖବର ଲେଖା ହେବା ବେଳକୁ ବନ୍ୟାଜଳ ୧୭.୭୮ମିଟରେ ପ୍ରବାହିତ ହୋଇଥିଲା। ରାତି ସୁଦ୍ଧା ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ା ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇଛି। ଠାକୁରମୁଣ୍ଡାରେ ୧୬.୦, ଚମ୍ପୁଆରେ ୫୧.୪, କେଉଁଝର ୧୩. ୮, ସୋମପାଟଣାରେ ୧୨.୪, ଆନନ୍ଦପୁରରେ ୬.୪, ଆଖୁଆପଦାରେ ୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଉପରେ ମୁଣ୍ଡରେ ବର୍ଷା ଲାଗି ରହିଲେ ବନ୍ୟା ସମ୍ଭାବନା ଦେଖାଦେଇଛି ା