ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ପ୍ରଧାନ (୨୬)। ରାଜନୈତିକ ଶତ୍ରୁତାରୁ ସଦାଶିବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ହାଡ଼ୁ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ହତ୍ୟା ମାମଲା (ନଂ.୧୨୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ପ୍ରକାଶ ଯେ, ସଦାଶିବ ବୁଧବାର ରାତିରେ ଘରୁ କେଉଁଆଡ଼େ ଯାଇଥିଲେ। ରାତି ପ୍ରାୟ ୨ଟାରେ ଘର ନିକଟରେ ବିସ୍ଫୋରଣ ଶବ୍ଦ ହୋଇଥିଲା। ପରିବାର ଲୋକଙ୍କ ସହ ପଡ଼ୋଶୀ ବାହାରକୁ ଆସି ସଦାଶିବ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲା। ଚିକିସତ୍ାଧୀନ ଅବସ୍ଥାରେ ସଦାଶିବଙ୍କର ମୃତ୍ୟୁ ଘଟିଥିଲା। ସଦାଶିବ ପୂର୍ବରୁ ଭାଜପା ପାଇଁ ନିର୍ବାଚନୀ ପ୍ରଚାର କରୁଥିଲେ। ପରେ ବିଜେଡି ନେତାଙ୍କ ଚାପରେ ପଡ଼ି ଭାଜପା ଛାଡ଼ି ବିଜେଡିର ପ୍ରଚାର କରିଥିଲେ ବୋଲି ତାଙ୍କ ଭାଇ ହାଡ଼ୁ କହିଛନ୍ତି। ବୁଧବାର ରାତିରେ ଗ୍ରାମର ୩ ଯୁବକ ଭାଇଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ହାଡ଼ୁ ଏତଲାରେ ଦର୍ଶାଇଛନ୍ତି।  ଏ ନେଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବୋମାଟି ସଦାଙ୍କ ପକେଟରେ ଥିବା ବେଳେ ଫୁଟିଥିବା ଆଶଙ୍କା କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମିକା ପିଇଲେ କୀଟନାଶକ, ପରେ ପ୍ରେମିକ ନେଲେ…

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା...

‘ବିଦ୍ୟାର୍ଥୀମାନେ ମୋବାଇଲ ଫୋନଠାରୁ ଦୂରେଇ ରୁହନ୍ତୁ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ)- ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଛି। ବିଦ୍ୟାଳୟ ପରିଚାଳନା...

ଖମଣସାହି ପଞ୍ଚୁଦଣ୍ଡରେ ଯୋଗଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବ ମୁଖର ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦଣ୍ଡ ଆୟୋଜନ ହେଉଥିବା ବେଳେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଉଛନ୍ତି।...

ଗଞ୍ଜାମରେ ପୂଜା ପାଇଲେ ରାଜପୁର ମା’ ଦଣ୍ଡକାଳୀ

ଗଞ୍ଜାମ,୫।୪(ବିଦ୍ୟାଧର ସାହୁ ) ଗତ ଛବିଶିରୁ ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡକାଳୀଙ୍କ ପର୍ବ। ମା’ ଦଣ୍ଡକାଳୀ ଗାଁଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଦଣ୍ଡବିଧାନ...

ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ

ଭଞ୍ଜନଗର,୫।୪ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ବାହାଡ଼ାପଦରରେ ଓଁକାର ଜେନାଙ୍କ ଘର ସମ୍ମୁଖରେ ଶୁକ୍ରବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ମହାମିଳନରେ କୁଲାଙ୍ଗୀ,ନାରୀଗୋଛା, ତାରସିଙ୍ଗି,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image