ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ଶକ୍ତ ଝଟକା ଲାଗିଛି।
ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପାର୍ଲାମେଣ୍ଟକୁ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ୫ ସପ୍ତାହ ପାଇଁ ନିଲମ୍ବନ କରିଥିଲେ ବା ସ୍ଥଗିତ ରଖିଥିଲେ। ତାଙ୍କ ସରକାରର ନୀତିଗୁଡ଼ିକ ଉପରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ନିଜ ଅଭିଭାଷଣରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ବୋରିସ୍‌ କହିଥିଲେ। ତେବେ ବିରୋଧୀ ଓ ତାଙ୍କ ନିଜ ଦଳ କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପିମାନେ ଏହାକୁ ବିରୋଧ କରିଥିଲେ। ଅକ୍ଟୋବର ୩୧ ବ୍ରେକ୍‌ଜିଟ୍‌ ତାରିଖ ପୂର୍ବରୁ ଏସମ୍ପର୍କିତ ବିତର୍କର ସମୟକୁ ହ୍ରାସ କରିବା ପାଇଁ ବୋରିସ୍‌ ପାର୍ଲାମେଣ୍ଟକୁ ସ୍ଥଗିତ କରିଥିବା ସେମାନେ ଅଭିଯୋଗ ଆଣିଥିଲେ। ଭାରତୀୟ ବଂଶୋଦ୍ଭବ ବ୍ରେକ୍‌ଜିଟ୍‌ ବିରୋଧୀ କ୍ୟାମ୍ପେନର ଜିନା ମିଲର ଏହି ନିଷ୍ପତ୍ତିକୁ ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହାର ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ସର୍ବୋଚ୍ଚ ଅଦାଲତକୁ ପଠାଇ ଦେଇଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଅଧ୍ୟକ୍ଷ ଲେଡି ବ୍ରେଣ୍ଡା ହାଲେ କହିଛନ୍ତି, ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେବା ଲାଗି ମହାରାଣୀଙ୍କୁ ପରାମର୍ଶ ଦେବା ବେଆଇନ ଥିଲା। ସଂସଦକୁ କର୍ତ୍ତବ୍ୟ ପାଳନରେ ରୋକାଯିବା ଭୁଲ। ଏଥିଯୋଗୁ ଆମ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଗଭୀର ପ୍ରଭାବ ପଡ଼ିଛି। ୧୧ ବିଚାରପତି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ, ପାର୍ଲାମେଣ୍ଟ ଏବେ ନିଲମ୍ବିତ ହୋଇନାହିଁ। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବେଆଇନ ଓ ଅବୈଧ। ଆଗକୁ କ’ଣ କରାଯିବ ସେନେଇ ହାଉସ୍‌ ଅଫ୍‌ କମନ୍ସ ଓ ଲର୍ଡସ୍‌ର ବାଚସ୍ପତିମାନେ ନିଷ୍ପତ୍ତି ନେବେ। ରାୟ ପରେ କମନ୍ସ ବାଚସ୍ପତି ଜନ୍‌ ବର୍‌କାଓ କହିଛନ୍ତି, ବୁଧବାରଠାରୁ ପାର୍ଲାମେଣ୍ଟ ପୁଣି ଚାଲିବ। ପୂର୍ବାହ୍ନ ୧୧ଟା ୩୦ରେ ଅଧିବେଶନ ଆରମ୍ଭ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସ୍ପଷ୍ଟ କରିଛନ୍ତି। ରାଜନୈତିକ ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବା ଅନୁଚିତ ବୋଲି ପୂର୍ବରୁ ମନ୍ତବ୍ୟ ଦେଇଥିତ୍ବା ଜନ୍‌ସନ୍‌ଙ୍କୁ ଅଦାଲତଙ୍କ ରାୟ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଜନ୍‌ସନ୍‌ କହିଛନ୍ତି, ରାୟ ସହ ସେ ଏକମତ ନୁହନ୍ତି। ତେବେ ଏହାକୁ ସେ ସମ୍ମାନ ଦେବେ। ଅନ୍ୟପକ୍ଷରେ ଏକ ବାସ୍ତବ ଗଣତନ୍ତ୍ରରେ ପାର୍ଲାମେଣ୍ଟକୁ ନୀରବ କରିଦେବା ଅନୁଚିତ ବୋଲି ୟୁରୋପୀୟ ଆଇନପ୍ରଣେତାମାନେ ରାୟକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ

ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିବା ପରେ ମୁଆନ...

ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ

ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ...

ପ୍ରତିଶୋଧ ନେଉଛି ତାଲିବାନ, ପାକିସ୍ତାନ ସେନା ଶିବିରକୁ କଲା କବଜା!

କାବୁଲ,୩୦।୧୨: ପାକିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସୀମା ରେଖା ଥିବା ଡୁରାଣ୍ଡ ଲାଇନରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିଟିପି ଆତଙ୍କବାଦୀଙ୍କ ଦ୍ୱାରା ୧୬ଜଣ...

ନଦୀକୁ ଖସିଲା ଟ୍ରକ, ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଅଦିସ ଅବାବା,୩୦।୧୨: ଆଫ୍ରିକୀୟ ଦେଶ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀ ଭରା ଏକ ଟ୍ରକ ନଦୀରେ ଖସିପଡଛି। ଏହି ଦୁର୍ଘଟଣାରେ...

ବାଂଲାଦେଶର ସନ୍ଦେହ, କେବେବି ହାସିନାଙ୍କୁ ନ ଫେରାଇପାରେ ଭାରତ, ଜାଣନ୍ତୁ ଏହାର କାରଣ

ଢାକା/ନୂଆଦିଲ୍ଲୀ,୩୦।୧୨: ଅଗଷ୍ଟରେ ହୋଇଥିବା ବିକ୍ଷୋଭ ପରେ ଶେଖ ହସିନା ବାଂଲାଦେଶରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ ଏବଂ ଏହା ପରେ ସେ ଭାରତକୁ ପଳାଇ ଆସିଥିଲେ। ବର୍ତ୍ତମାନ...

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତିଙ୍କର ଭାରତ ସହ ରହିଛି ସ୍ବତନ୍ତ୍ର ସମ୍ପର୍କ

ଓ୍ବାଶିଂଟନ,୩୦।୧୨: ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ରାତିରେ ମୃତ୍ୟୁ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଏବଂ ଭାରତ ଗସ୍ତରେ ଆସିଥିବା...

ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍‌ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ

ଜେରୁଜେଲମ,୩୦।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବନତି ହେତୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ...

ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି

ବକୁ,୩୦ା୧୨: ରୁଷିଆ ଗତ ବୁଧବାର ଉଦ୍ଦେଶ୍ୟବିହୀନ ଭାବେ ଆଜରବୈଜାନ ବିମାନକୁ ଖସାଇଥିଲା ବୋଲି ଏହାର ରାଷ୍ଟ୍ରପତି ଇଲ୍‌ହାମ ଅଲିୟେଭ୍‌ ରବିବାର କହିଛନ୍ତି। ତେବେ ଦୁର୍ଘଟଣାର ୪ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri