ବୋର୍‌ଓ୍ବେଲ୍‌ରେ ମୃତ୍ୟୁ

ତାମିଲନାଡୁର ତିରୁଚିରାପଲ୍ଲୀରେ ୨ ବର୍ଷର ବାଳକ ସୁଜିତ ଓ୍ବିଲ୍‌ସନ ୮୮ ଫୁଟ ଖୋଳା ଯାଇଥିବା ଏକ ବୋର୍‌ଓ୍ବେଲ୍‌ରେ ୨୫ ଅକ୍ଟୋବରରେ ପଡ଼ିଯାଇଥିଲେ। ଏଭଳି ଦୁର୍ଘଟଣା ଭାରତବର୍ଷର ବିଭିନ୍ନ ସ୍ଥାନରେ ଘଟୁଥିବାର ବାରମ୍ବାର ପରିଲକ୍ଷିତ ହେଉଛି। ଏହା ସତ ଯେ, ଏପରି ଦୁଃଖଦାୟକ ଘଟଣା ଟେଲିଭିଜନ୍‌ ଚ୍ୟାନେଲଗୁଡ଼ିକୁ ଦୀର୍ଘ ସମୟ ସକାଶେ ଖାଦ୍ୟ ଯୋଗାଉଛି। କିନ୍ତୁ ଯେଉଁ ମାତାପିତାଙ୍କ ସନ୍ତାନ ଦୁର୍ଘଟଣାର ଶିକାର ହେଉଛନ୍ତି, ସେମାନଙ୍କ ମାନସିକ ଯନ୍ତ୍ରଣା ବୁଝିବା ସମ୍ଭବପର ହେଉନାହିଁ। ସେଥିପାଇଁ, ହୁଏତ, କୌଣସି ସାମାଜିକ ସଚେତନତା ବୃଦ୍ଧି ପାଉନାହିଁ।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ଏବଂ ଡାକ୍ତରୀ ଦଳଙ୍କ ଶତ ଚେଷ୍ଟା ସତ୍ତ୍ୱେ ୨୯ ଅକ୍ଟୋବର ସକାଳେ ସୁଜିତଙ୍କ ମୃତ୍ୟୁ ଘଟିଛି। ଏଠାରେ ମନେପଡ଼େ, ୧୩ ବର୍ଷ ତଳେ ହରିୟାଣାର କୁରୁକ୍ଷେତ୍ରରେ ୪ ବର୍ଷୀୟ ପ୍ରିନ୍ସ ନାମକ ଜଣେ ବାଳକ ବୋର୍‌ଓ୍ବେଲ୍‌ରେ ପଡ଼ି ଦୀର୍ଘ ଘଣ୍ଟା ସେଥିରେ ରହିବା ପରେ ତାଙ୍କୁ ଅତିକଷ୍ଟରେ ଉଦ୍ଧାର କରାଯାଇପାରିଥିଲା। ସେହିପରି ଓଡ଼ିଶାର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳି ପଞ୍ଚାୟତ ବୋଳାସର ଗ୍ରାମରେ ୨୦୧୭ ଡିସେମ୍ବର ୨୫ରେ ଦୁଇ ବର୍ଷର ଶିଶୁକନ୍ୟା ରାଧାରାଣୀ ୯୦ ଫୁଟ ବିଶିଷ୍ଟ ବୋର୍‌ଓ୍ବେଲ୍‌ର ୧୩ ଫୁଟ ଗଭୀରରେ ଥିବା ଏକ ପଥର ଉପରେ ଅଟକି ଯାଇଥିଲେ। ୭ ଘଣ୍ଟାର ପ୍ରୟାସ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଦେଖିବାକୁ ଗଲେ ଉଦ୍ଧାର ପାଇ ଜୀବନ ଫେରିପାଉଥିବା ପିଲାଙ୍କ ସଂଖ୍ୟା ଅତି କମ୍‌।
ପ୍ରତି କ୍ଷେତ୍ରରେ ବେଖାତିର ବା ଖାମଖିଆଲ ମନୋଭାବ ପୋଷଣ କରିବା ହେଉଛି ଭାରତୀୟ ଚରିତ୍ର। ନିଜ କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ନ ଥିବାରୁ ସେଗୁଡ଼ିକ ଅଧାପନ୍ତରିଆ ରହିଯାଇଥାଏ। ଫଳରେ ଅନ୍ୟମାନେ ଅସୁବିଧା ଭୋଗିଥାଆନ୍ତି। ଜଳ ପାଇବା ପାଇଁ ଲୋକେ ବୋର୍‌ଓ୍ବେଲ୍‌ ଉପରେ ବିଶେଷଭାବେ ନିର୍ଭର କରୁଥିବାରୁ ଗଭୀର ନଳକୂପ ଖୋଳିଥାଆନ୍ତି। ଦେଖାଯାଉଛି କେତେକ ସ୍ଥାନରେ ଅନେକେ ତାହାକୁ ଖୋଳିଦେଇ ବ୍ୟବହାର ଉପଯୋଗୀ ନ ହେଉଥିବାରୁ ଖୋଲା ଛାଡ଼ି ଦେଉଛନ୍ତି। ଫଳରେ ଛୋଟ ପିଲାମାନେ ଖେଳିବା ବା ବୁଲାବୁଲି କଲା ବେଳେ ସେଥିରେ ଖସିପଡ଼ୁଛନ୍ତି। ଏଭଳି ସ୍ଥଳେ ବୋର୍‌ଓ୍ବେଲ୍‌ ଖୋଳୁଥିବା ବ୍ୟକ୍ତିଙ୍କ ଦାୟିତ୍ୱହୀନତା ଯୋଗୁ ଘଟୁଥିବା ମୃତ୍ୟୁ ପାଇଁ ତାଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରିବା ଆବଶ୍ୟକ ହୋଇପଡ଼ିଲାଣି।
ଉଦ୍ଧାର କରାଯିବା ବିଷୟକୁ ଦେଖିଲେ ବୋର୍‌ଓ୍ବେଲ୍‌ରୁ ପିଲାଙ୍କୁ ରକ୍ଷାକରିବା ସହଜ ନୁହେଁ। ଗର୍ତ୍ତର ଆକାର ଛୋଟ ଥିବାରୁ ଅଦ୍ୟାବଧି ଆଧୁନିକ ଯନ୍ତ୍ରପାତି ଉପଲବ୍ଧ ହୋଇପାରୁ ନାହିଁ। ପାଇପ୍‌ ଯୋଗେ ଅମ୍ଳଜାନ ଯୋଗାଇବା କିମ୍ବା ଗର୍ତ୍ତର ନିକଟବର୍ତ୍ତୀ ସ୍ଥାନରେ ବଡ଼ ଆକାରର ଗାତ ଖୋଳାଯାଇ ଉଦ୍ଧାର କରାଯିବାରେ ହାତଗଣତି ସଫଳତା ମିଳିପାରିଛି। ଏହା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ।
କେବଳ ବୋର୍‌ଓ୍ବେଲ୍‌ରେ ସାନପିଲା ପଡ଼ିଯିବାରେ ଭାରତୀୟଙ୍କ ଅବହେଳା ଶେଷ ହେଉନାହିଁ। ଏକ ଜାତୀୟ ଚରିତ୍ର ଭାବେ ଆମେ ଅନ୍ୟ କାହାରି ସୁରକ୍ଷା ପ୍ରତି ଧ୍ୟାନ ଦେଉନାହୁଁ। ଏହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଦେଶବ୍ୟାପୀ ଦେଖିବାକୁ ମିଳିଥିଲା। ଗୁଜରାଟରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଆଡ଼େ ନୂତନ ଟ୍ରାଫିକ୍‌ ଆଇନ ଲାଗୁ କରିବାର ସରକାରଙ୍କ ଉତ୍ତମ ପ୍ରୟାସକୁ ସମସ୍ତେ ମିଳିମିଶି ବିରୋଧ କରିଥିଲେ। ଏପରି କି ସରକାରୀ ଗାଡ଼ିକୁ ଅଟକାଇ ତାହାର କାଗଜପତ୍ର ଯାଞ୍ଚ କରିବା ପର୍ଯ୍ୟନ୍ତ କଥା ଗଲା। ଏଭଳି ମନୋଭାବ ପୋଷଣ କରିବାର ଅର୍ଥ ହେଉଛି, ଆମେ କେହି କାହାରି ସୁରକ୍ଷା ଚିନ୍ତା କରୁନାହୁଁ। ଭୁଲିଯାଉଛୁ ଯେ, ଅନ୍ୟ ଲୋକ ସୁରକ୍ଷିତ ରହିବା ସହିତ ଆମେ ନିଜେ ସୁରକ୍ଷା ପାଇପାରିବୁ। ନିଜ ଉପରେ ବିପଦ ପଡ଼ିଲେ ସରକାର ଏବଂ ବ୍ୟବସ୍ଥାକୁ ଗାଳିଦେବା ପାଇଁ ତତ୍ପର। ଅନ୍ୟ ଉପରେ ପଡ଼ିଲେ ମୋବାଇଲ ଫୋନ୍‌ କାଢ଼ି ଭିଡିଓ କରିବାରେ ବ୍ୟସ୍ତ। ଏହା ହେଉଛି ନୂତନ ଭାରତର ନବଜାତ ଚରିତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri