Posted inଖେଳ

ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି ପ୍ରସାଦ

ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍‌ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ପ୍ରସାଦ ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ପ୍ରସାଦ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିଭଳି ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ୩ ବର୍ଷ ଧରି ସେ ବିସିସିଆଇ ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ରହିଥିଲେ। ତାଙ୍କ ସିଭିରେ ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କିଙ୍ଗ୍ସ ଇଲେଭେନ ପଞ୍ଜାବର ପ୍ରଶିକ୍ଷକ ରହିଥିବା ବିଷୟରେ ରିପୋର୍ଟରେ ଉଲ୍ଳେଖ ରହିଛି। ଭାରତ ୨୦୦୭ରେ ଇଂଲଣ୍ଡରେ ଐତିହାସିକ ଟେଷ୍ଟ ସିରିଜ ଜିତିବା ସମୟରେ ସେ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ରହିଥିଲେ। ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳର ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ବିସିସିଆଇ ଗତ ମାସରେ ଦରଖାସ୍ତ ଆହ୍ବାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ମାତ୍ର ୪ ରନ୍‌ରେ ହାରିଗଲା କୋଲକାତା, ଜିତିଲା ଲକ୍ଷ୍ନୌ

ନୂଆଦିଲୀ,୮।୪: IPL ୨୦୨୫ର ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ୪ ରନ୍‌ରେ ପରାସ୍ତ କରିଛି। ଇଡେନ...

ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍‌, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ

ନୂଆଦିଲ୍ଲୀ,୮।୪: ଆଇପିଏଲ୍‌ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର...

ରାଜନୈତିକ ମଇଦାନରେ ପୂର୍ବତନ କ୍ରିକେଟରଙ୍କ ଏଣ୍ଟ୍ରି, ଭାଜପାରେ ହେଲେ ସାମିଲ 

ନୂଆଦିଲ୍ଲୀ,୮।୪: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଦାର ଜାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ସେ ମୁମ୍ବାଇରେ ମହାରାଷ୍ଟ୍ରର ମନ୍ତ୍ରୀ...

IPL 2025: ଆପିଏଲ୍‌ରେ ସବୁଠୁ ବିପଜ୍ଜନକ ବୋଲର୍‌ କିଏ? ଗେଲ୍‌ ଦେଲେ ଚମକାଇବା ଭଳି ଜବାବ

ନୂଆଦିଲ୍ଲୀ,୮।୪: IPL 2025 ଚାଳିଥିବା ବେେଳେ ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା ଗେଲ...

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଅଭ୍ୟାସ ସେସନ୍ ପରେ “କାନ୍ଦିଥିଲେ” ଶ୍ରେୟସ ଆୟର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୮।୪: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରଥମ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ। ନିକଟରେ ଏକ...

ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଲକ୍ଷ୍ୟ:ଓଡିଆ ପକ୍ଷରେ ରକ୍ତଦାନ ଶିବିର

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାର ଆସିବା ପରେ କେତେକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। ଚଳିତବର୍ଷ ଉତ୍କଳ ଦିବସକୁ ଓଡିଶା ଦିବସ ଭାବେ ପାଳନ କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image