ବୋଲେରୋ ଓଲଟି ୪ ଗୁରୁତର

ଶଙ୍କରାଖୋଲ,୧୯ା୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଡୁମ୍ବୁରିନାଳ ପୋଲଠାରେ ରବିବାର ରାତି ପ୍ରାୟ ୯ଟାରେ ଏକ ବୋଲେରୋ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚକାପାଦ ଗ୍ରାମର ଭବାନୀ ଶଙ୍କର ସାହାଣୀ, କାବାଲାଗଁାର କେଦାରନାଥ ଦିଗାଳ, ଟିକାବାଲିର ରମାକାନ୍ତ ପ୍ରଧାନ, ରିଣ୍ଟୁ ଦିଗାଳ। ଆହତଙ୍କୁ ପ୍ରଥମେ ଗୁମାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋ ଟିକାବାଲିରୁ ଶଙ୍କରାଖୋଲ ଅଭିମୁଖେ ଆସୁଥିବାବେଳେ ଡୁମ୍ବୁରିନାଳ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ...

ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ

ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ବାସି ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ...

ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼

ଜି ଉଦୟଗିରି, ୧୩।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି । ବିଶେଷ...

ଖେଳ ପଡିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ:ଲୋକେ ହେଉଛନ୍ତି ହଟହଟା

ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ଏକମାତ୍ର ଖେଳ ପଡିଆ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ। ଦୈନିକ ଉକ୍ତ ପଡିଆରେ କୁଢ଼କୁଢ଼ ଖାଲି ବୋତଲ, ପ୍ଲାଷ୍ଟିକ...

ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ

ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର...

ମିଳିତ ଅଭିଯୋଗ ଶୁଣାଣି: ଜିଲାପାଳ ଆସିଲେନି, ଉପଜିଲାପାଳ ଶୁଣିଲେ ଅଭିଯୋଗ

ଦାରିଙ୍ଗବାଡି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପରିସର ମଧ୍ୟରେ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ କନ୍ଧମାଳ...

ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି  ଗର୍ଭବତୀଙ୍କ କଥା, ରାଗିକି କହିଲେ… 

ବ୍ରାହ୍ମଣୀଗାଁ:୧୧।୧୧(ମନୋରଞ୍ଜନ ରଣା): ପ୍ରଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କ ଗୁରୁତ୍ୱ ରହିଛି, ବିଶେଷ କରି ଗର୍ଭ ସଂଚାରଠାରୁ ପ୍ରସବ ପର୍ୟ୍ୟନ୍ତ ଆଶାକର୍ମୀମାନେ ମହିଳା ମାନଙ୍କୁ...

ଏବେ ବି ବଜାୟ ରହିଛି ପରମ୍ପରା: କାର୍ତ୍ତିକରେ ରାମନାମ ଜପରେ ଫାଟିପଡ଼ୁଛି ଗାଁ ଦାଣ୍ଡ 

ଦାରିଙ୍ଗବାଡି,୧୧।୧୧(ଅରୁଣସାହୁ): ହାତରେ ସ୍ମାର୍ଟ ଫୋନ୍‌, ଆଉ ସାମାଜିକ ଗଣମାଧ୍ୟମରେ ଭିନ୍ନଭିନ୍ନ ଭିଡିଓ। କିଏ କାର୍ଟୁନ ତ କିଏ ଗେମ୍‌ ଆଉ କିଏ ଫିଲ୍ମ ତ କିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri