ଭୁବନେଶ୍ୱର, ୧ା୩ (ସ୍ପୋଟର୍ସ ବ୍ୟୁରୋ)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୯ମ ଦିବସରେ ଶନିବାର ବନିତା ଘଡ଼େଇ ଓଡ଼ିଶା ପାଇଁ ବ୍ରୋଞ୍ଜ ପଦକ ସଫଳତା ଆଣିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବନିତା ମହିଳା ୮୭ କିଗ୍ରା ବିଭାଗରେ ୩ୟ ସ୍ଥାନରେ ରହିଛନ୍ତି। କିଟ୍ କ୍ୟାମ୍ପସ-୧୩ସ୍ଥିତ ଇନ୍ଡୋର ହଲ୍ରେ ଅନୁଷ୍ଠିତ ଏହି ଇଭେଣ୍ଟରେ ବନିତା ମୋଟ୍ ୧୬୦ କିଗ୍ରା ଭାର ଉଠାଇଥିଲେ। ୨୧ ବର୍ଷୀୟା ବନିତା ସ୍ନାଚରେ ୭୩ କିଗ୍ରା ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୮୭ କିଗ୍ରା ଭାର ଉତ୍ତୋଳନ କରିଥିଲେ। ପଞ୍ଜାବ ବିଶ୍ୱବିଦ୍ୟାଳୟର ମୋନୁ (୭୮+୧୦୬=୧୮୪ କିଗ୍ରା) ଓ ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ମାଦୁ ଓହ ସାଇ (୭୩+୯୩= ୧୬୬) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ।