ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠାପଣା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ ପୂର୍ବାହ୍ନରେ ଘରେ ଥିବା ପୁରୁଣା କାଠକୁ ଜାଳି ଭୋଗି ଉତ୍ସବ ପାଳନ କରାଯାଇଥିଲା। ଶତାଧିକ ମହିଳା ଓ ପୁରୁଷ ପୂର୍ଣ୍ଣକୁମ୍ଭ ଧରି ସ୍ଥାନୀୟ ଏସ୍‌ଏନ୍‌ଟି ରୋଡରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏଥିରେ ତେଲୁଗୁ ମହିଳା ସମାଜ, ତେଲୁଗୁ ଭାଷା ବର୍ଦ୍ଧନୀ ସମାଜ ସାମିଲ ହୋଇଥିଲେ। ପରେ ମହିଳାମାନେ ପ୍ରକାଶ ମହଲରେ ପୂର୍ଣ୍ଣକୁମ୍ଭଗୁଡିକ ସ୍ଥାପନ କରିଥିଲେ। ନୂତନ ଚାଉଳରେ ପ୍ରସ୍ତୁତ ଖିରି ମହାଲକ୍ଷ୍ମୀଙ୍କ ନିକଟରେ ପୂଜା କରାଯାଇଥିଲା । ପାରମ୍ପରିକ ପୂଜା ଅର୍ଚ୍ଚନା ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ତେଲୁଗୁ ଯୁବତୀ ଓ ମହିଳାମାନେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ଭୋଗି କାର୍ଯ୍ୟକ୍ରମକୁ ୧୧ ଜଣିଆ କମିଟି ଓ ୩ ଜଣିଆ ଉପଦେଷ୍ଟା ପରିଚାଳନା କରୁଥିବା ବେଳେ ବୁଧବାର ପୋଙ୍ଗଲ ଉତ୍ସବରେ ଲୋକେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ସେହିପରି ଗୁରୁବାର କାନୁମା ଉତ୍ସବ ଓ ଶୁକ୍ରବାର ମୁକାନୁମା ଉତ୍ସବ ପାଳନ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡି ରାଜ୍ୟ ସମ୍ପାଦକ ଟି. ଗୋପୀ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା...

ଜଳିଗଲା ଯାତ୍ରୀବାହୀ ବସ୍‌

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ...

୫ ବର୍ଷ ପରେ ଆସିଲା ନାବାଳିକ ବଳାତ୍କାର ମାମଲାର ରାୟ

ଭବାନୀପାଟଣା,୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୧୯ରେ ହୋଇଥିବା ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ...

ନିଜକୁ ନିଜେ ଗୁଳି କଲେ ଯବାନ

ରାଉରକେଲା,୯।୧: ରାଉରକେଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍‌ଏଫ୍‌ ଯବାନ। ତାଙ୍କୁ ଗୁରୁତର ଅବସ୍ଥାରେ...

ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କଲା ପ୍ରେମିକ, ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ନିଶ୍ଚିନ୍ତକୋଇଲି,୯।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସାମାଜିକ ଗଣ...

ନୂଆ ଆଶା ଦେଖାଇଛି ଲେମନ ଗ୍ରାସ ଚାଷ

ରାଇକିଆ,୯।୧(ପ୍ରଦୀପ ବେହେରା): ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ। ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପରିକ ଭାବେ ଫୁଲକୋବି ଚାଷ କରିଆସୁଥିବା...

ପିକଅପ ଭ୍ୟାନ ଧକ୍କାରେ ବାଇକ୍ ଚାଳକ ମୃତ 

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପୋଲିସ ଥାନା ନିକଟରେ ଗୁରୁବାର ମଧ୍ୟାହ୍ନରେ ପିକଅପ ଭ୍ଯାନ (ନଂ. ଓଡ଼ି୦୭ ଆର –...

ଜନବସତିରେ ପଶିଲା ଭାଲୁ: ଲୋକେ ଛାନିଆ

କୋକସରା,୯।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗ୍ରାମରେ ଏକ ଭାଲୁ ଜନବସତି ମଧ୍ୟରେ ବୁଲୁଥିବା ଦେଖିବାକୁ ମିଳୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri