ବ୍ରହ୍ମପୁରରେ ସୁଧୁରିନି ପାଣି ସମସ୍ୟା : ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ନିର୍ଦ୍ଦେଶ

ଛତ୍ରପୁର,୨୦ା୧୦(ଡି.ଏନ.ଏ)-ବ୍ରହ୍ମପୁର ମହାନଗର ନିଗମରେ ପାଣି ସମସ୍ୟା ଦୂର କରିବା ପାଇଁ ବ୍ୟୟ ବହୁଳ ଜାନିବିଲି ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଏହି ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନି। ଏପରିକି ପାଇପ୍‌ ବିଛା କାମଠାରୁ ଆରମ୍ଭ କରି ସମସ୍ତ ଘରକୁ ପାଣି ଯୋଗାଣ ହୋଇ ନ ଥିବା ଜଣାପଡିଛି। ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ପ୍ରକଳ୍ପ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଏହି ପ୍ରକଳ୍ପ ପାଇଁ ପାଇପ୍‌ ଲାଇନ୍‌ ବିଛା କାମ ଓ ସମସ୍ତ ଘରକୁ ଜଳ ଯୋଗାଣ ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ତ୍ୱରାନ୍ବିତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଛନ୍ତି। ଦିନ ବେଳା ପାଇପ୍‌ କାମ ଚାଲୁଥିବାରୁ ଟ୍ରାଫିକ୍‌ ସମସ୍ୟା ଉପଜୁଛି। ଏଣୁ ରାତିରେ ହିଁ ଏହି କାମ କରିବାକୁ ଜିଲାପାଳ କହିଥିଲେ। ଏଥିସହ ଏହି କାର୍ଯ୍ୟରେ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ପାଇପ୍‌ ବିଛାଇବା ପାଇଁ ରାସ୍ତାଗୁଡିକୁ ଖୋଳା ଯାଉଛି। ଏହାକୁ ଠିକ୍‌ କରିବାକୁ କୁହାଯାଇଛି। କେତେକ ସ୍ଥାନରେ ବିଦ୍ୟୁତ କେବୁଲ୍‌ ମଧ୍ୟ ମାଟି ତଳେ ଯାଇଛି। ଫଳରେ ପାଇପ୍‌ ବିଛା କାମ ବିପଦପୂର୍ଣ୍ଣ ହୋଇଛି। ଏଣୁ କେଉଁଠି ବିଦ୍ୟୁତ୍‌ କେବୁଲ୍‌ ମାଟି ତଳେ ଯାଇଛି, ମିଟର ଦ୍ୱାରା ଯାଞ୍ଚ କରି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଠିକା ସଂସ୍ଥାକୁ ଅବଗତ କରିବାକୁ ଜିଲାପାଳ କହିଥିଲେ। ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପ୍ରକଳ୍ପ ଇନ୍‌ଚାର୍ଜ ସୀତାରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ

ଭଞ୍ଜନଗର,୪।୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ କିଛିଦିନ ହେଲା ୨୫ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲରୁ...

ହତ୍ୟା ଉଦ୍ୟମ ଘଟଣା: ବାପ,ପୁଅ ସମେତ ୩ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଶ୍ରୀ ଗୋପୀନାଥ ପାଣି ପଞ୍ଚାୟତ କମିଟି ସଭାପତି ଏସ୍‌. ସହଦେବ ରେଡ୍ଡୀଙ୍କୁ ପୂର୍ବ ଶତ୍ରୁତାକୁ ନେଇ...

ମଣ୍ଡିରେ ଚାଷୀ ଠକେଇର ଶିକାର ହେଲେ ହେବ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୩ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ମଣ୍ଡିରେ ଶୁକ୍ରବାର ଧାନକିଣା ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି...

ହତ୍ୟାକାରୀ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର , ୩।୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗଞ୍ଜାମ ଜିଲା ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ ରାୟ ଦେଇଛନ୍ତି।...

କେମିତି ମଣ୍ଡିରେ ଦେବେ ଧାନ, ସୂଚନା ଦେଲେ ମନ୍ତ୍ରୀ

ଗୋପାଳପୁର,୩।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାସପୁର ସେବା ସମବାୟ ସମିତିର କୋଳଥି ଗାଁରେ ଶୁକ୍ରବାର ଜିଲାସ୍ତରୀୟ ଧାନମଣ୍ଡି ଶୁଭ ଆରମ୍ଭ...

ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ

ଛତ୍ରପୁର,୩ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ଓ ଗୋବିନ୍ଦପୁର ଗ୍ରାମର ପ୍ରାୟ ୯୫ ପ୍ରତିଶତ ଲୋକ ଗରିବ ତଥା ଦିନ ମଜୁରିଆ ଭାବେ...

କୋରମ ଅଭାବ: ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଦିଗପହଣ୍ଡି/ପାଟପୁର,୩ା୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ଦୀର୍ଘଦିନ ଧରି...

କୁକୁଡ଼ାଫାର୍ମ ଛାତରୁ ଖସି ଶ୍ରମିକ ମୃତ

ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମ ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri