Posted inଖେଳ

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ ସହ ଦୁଇଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ଲଗାଇ ସାରିଛନ୍ତି। ସିରିଜ୍‌ରେ ୩ ମ୍ୟାଚ୍‌ ଖେଳିଥିବା ସ୍ମିଥ ୬୭୧ ରନ୍‌ କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ ୩ୟ ଟେଷ୍ଟରୁ ବାଦ୍‌ ପଡ଼ି ନ ଥିଲେ, ସେ ଆହୁରି ରନ୍‌ କରିଥାନ୍ତେ। ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ବ୍ୟାଟ୍ସମ୍ୟାନ ସ୍ମିଥ ଆଗାମୀ ତଥା ଅନ୍ତିମ ଆଶେସ ଟେଷ୍ଟରେ ସାର. ଡନ ବ୍ରାଡମ୍ୟାନଙ୍କ ୮୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ପାରନ୍ତି। ୧୯୩୦ ଆଶେସରେ ବ୍ରାଡମ୍ୟାନ ୯୭୪ ରନ୍‌ କରିଥିଲେ। ଏହା କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍‌ରେ ଜଣେ ବ୍ୟାଟ୍ସମ୍ୟାନଙ୍କ ଲାଗି ସର୍ବାଧିକ। ଓଭାଲ ଟେଷ୍ଟର ଉଭୟ ଇନିଂସରେ ୩୦୪ ରନ୍‌ କରିବାକୁ ସକ୍ଷମ ହେଲେ ସ୍ମିଥ ବ୍ରାଡମ୍ୟାନଙ୍କ ଉକ୍ତ ରେକର୍ଡ ଭାଙ୍ଗିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ

ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍‌ଗନ୍‌ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌ ଯୁବ ଟ୍ରାପ୍‌ ମିକ୍ସଡ ଟିମ୍‌ ଯୋଡ଼ି...

ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୫ରେ ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟକିପର୍‌ ଋଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦଳ ଏଯାବତ ୫ ମ୍ୟାଚ୍‌...

ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ମହିଳା ହକି ଦଳ

ନୂଆଦିଲ୍ଲୀ, ୧୧ା୪: ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ଏପ୍ରିଲ ୨୬ରୁ ମେ ୪ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

୨୮,୩୯୦ କୋଟି ଟଙ୍କାର ମାଲିକଙ୍କୁ ମୁହଁତୋଡ଼ ଜବାବ ଦେଲେ ରାହୁଲ

ବେଙ୍ଗାଲୁରୁ,୧୧।୪: ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରିଛି। ଏହି ବିଜୟ...

କ୍ଷତି ସହିବେ କୋହଲି: ହାତ ଛାଡ଼ିଦେଲା ଏହି କମ୍ପାନୀ

ନୂଆଦିଲ୍ଲୀ,୧୧।୪: ଭାରତୀୟ କ୍ରିକେଟର ବିରାଟ କୋହଲି ଆଉ କ୍ରୀଡା କମ୍ପାନୀ ‘ପୁମା’ର ବ୍ରାଣ୍ଡ ଆମ୍ବାସାଡର ହେବେ ନାହିଁ। ତାଙ୍କର ଚୁକ୍ତି ୮ ବର୍ଷ ପରେ ସମାପ୍ତ...

ଦିଲ୍ଲୀର ବିଜୟ ପରେ କେଏଲ ରାହୁଲଙ୍କ ସେଲିବ୍ରେସନ ଦେଖି ତାଜୁବ RCB ଖେଳାଳି

ବେଙ୍ଗାଲୁରୁ,୧୧ା୪: ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ବିଜୟ ସହିତ ଚଳିତ ଆଇପିଏଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image