Posted inଖେଳ

ବ୍ରିସ୍‌ବେନ୍‌ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ବୃହତ୍‌ ଶତକ; ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ବ୍ରିସ୍‌ବେନ,୨୩।୧୧(ଏଏଫ୍‌ପି): ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ବୃହତ ଶତକ ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସ୍ଥିତି ଦୃଢ କରିଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ପାକିସ୍ତାନ ୮୬.୨ ଓଭରରେ ୨୪୦ ରନ କରି ଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ୧୫୭.୪ ଓଭରରେ ୫୮୦ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୩୪୦ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭ ଓଭରରେ ୩ ଉଇକେଟ ହରାଇ ୬୪ ରନ ସଂଗ୍ରହ କରିଛି। ଫଳରେ ୭ ଉଇକେଟ ହାତରେ ରଖି ପାକିସ୍ତାନ ଏବେ ୨୭୬ ରନ ପଛରେ ପଡି ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଶାନ ମାସୁଦ ୨୭ ଓ ବାବର ୨୦ ରନ କରି ଅପରାଜିତ ରହିଛନ୍ତି। ଆଉଟ ୩ ବ୍ୟାଟ୍ସମ୍ୟାନ ଅଧିନାୟକ ଆଝାର ଅଲୀ, ହାରିସ ସୋହେଲ ଓ ଆସାଦ ସାଫିକ୍‌ ଦୁଇଅଙ୍କ ଛୁଇଁପାରିନାହାନ୍ତି। ଆଝାର ୫ ଓ ହାରିସ ୮ ରନ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ ହୋଇଛନ୍ତି। ଅଝାର ଏଲ୍‌ବିଡବ୍ଳ୍ୟୁ ହୋଇଥବା ବେଳେ ହାରିସ ଉଇକେଟକିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ସାଫିକ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ତୃତୀୟ ସ୍ଲିପ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଷ୍ଟାର୍କ ୨ ଓ କୁମିନ୍ସ ଗୋଟିଏ ଉଇକେଟ ହାସଲ କରିଛନ୍ତି।
ଓଭରନାଇଟ୍‌ ସ୍କୋର ୩୨୧/୧ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରି ଶନିବାର ଅଲଆଉଟ୍‌ ହୋଇଥିଲା। ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଓ୍ବାର୍ନର ୧୫୧ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୩ ରନ ଯୋଡି ୧୫୪ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ୧୬ ବର୍ଷୀୟ ଦ୍ରୁତ ବୋଲର ନଶିମ ଶାହାଙ୍କ ବଲ୍‌ରେ ଉଇକେଟକିପର ମହମ୍ମଦ ରିଜ୍‌ଓ୍ବାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏଥିସହିତ ଓ୍ବାର୍ନର କ୍ୟାରିୟରର ୨୨ତମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ୨୯୬ଟି ବଲର ସମ୍ମୁଖୀନ ହୋଇ ଓ୍ବାର୍ନର ୧୦ ଚୌକା ମାରିଥିଲେ। ସେହିପରି ଅନ୍ୟତମ ଓଭରନାଇଟ ବ୍ୟାଟ୍ସମ୍ୟାନ ଲାବୁସ୍କାନ ୫୫ ରନରୁ ଖେଳ ଆରମ୍ଭ କରି ୧୮୫ ରନର ଦମ୍‌ଦାର ଶତକୀୟ ଇନିଂସ ଖେଳି ଶାହିନ ଶାହା ଆଫ୍ରିଦିଙ୍କ ବଲ୍‌ରେ ଗଲି ଅଞ୍ଚଳରେ ବାବର ଆଜମଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେ ୨୭୯ଟି ବଲର ସମ୍ମୁଖୀନ ହୋଇ ୨୦ଟି ଚୌକା ମାରି କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରି ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଅଷ୍ଟ୍ରେଲିଆ ଇନିଂସ ବେଶି ସମୟ ତିଷ୍ଠି ନ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଓପନର ଜୋ ବନର୍‌ସ ୯୭, ମାଥ୍ୟୁ ଓ୍ବେଡ ୬୦, ଟ୍ରାଭିସ ହେଡ ୨୪, ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ପେନ ୧୩ ରନ କରି ଆଉଟ ହୋଇଥିବା ବେଳେ ନାଥନ ଲିୟନ ୧୩ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଓ୍ବାର୍ନର ଓ ବନର୍‌ସ ୨୨୨, ଦ୍ୱିତୀୟ ଉଇକେଟରେ ଓ୍ବାର୍ନର ଓ ଲାବୁସ୍କାନ ୧୨୯, ଚତୁର୍ଥ ଉଇକେଟରେ ଲାବୁସ୍କାନ ଓ ଓ୍ବେଡ ୧୧୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ୟାସିର ଶାହ ସର୍ବାଧିକ ୪, ଶାହିନ ଆଫ୍ରିଦି ଓ ହାରିସ ସୋହେଲ ଦୁଇଟି ଲେଖାଏ, ଇମ୍ରାନ ଖାଁ ଓ ନସିମ ଶାହ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୮୬.୨ ଓଭରରେ ୨୪୦ ଅଲଆଉଟ୍‌।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୭.୪ ଓଭରରେ ୫୮୦ ଅଲଆଉଟ୍‌
(ଲାବୁସ୍କାନ- ୧୮୫, ଓ୍ବାର୍ନର-୧୫୪, ବନର୍‌ସ- ୯୭, ଓ୍ବେଡ- ୬୦, ୟାସିର- ୪/୨୦୫, ହାରିସ- ୨/୭୫, ଶାହିନ ଆଫ୍ରିଦି- ୨/୯୬, ଇମ୍ରାନ- ୧/୭୩, ନସିମ- ୧/୬୮)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୧୭ ଓଭରରେ ୬୪/୩
(ମାସୁଦ-୨୭*, ଆଜମ- ୨୦*, ଷ୍ଟାର୍କ- ୨/୨୫, କୁମିନ୍ସ- ୧/୧୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri