ବ୍ରେକ୍‌ଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି

ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ବ୍ରେକ୍‌ଫାଷ୍ଟ କରିବା ଜରୁରୀ। କମ୍‌ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ ଅପେକ୍ଷାକୃତ ଅଧିକ ଖାଦ୍ୟ ଖାଉଥିବା ପିଲାଙ୍କ ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ। ଫଳରେ ପିଲା ପାଠପଢ଼ିଲେ, ତାହା ସହଜରେ ମନେରହିଥାଏ। କମ୍‌ ବ୍ରେକ୍‌ଫାଷ୍ଟ କରୁଥିବା ପିଲାଙ୍କ ତୁଳନାରେ ଅଧିକ ବ୍ରେକ୍‌ଫାଷ୍ଟ କରୁଥିବା ପିଲାଙ୍କ ଅଧ୍ୟୟନ ଭଲ ଓ ସେମାନେ ଅପେକ୍ଷାକୃତ ଅଧିକ ମାର୍କ ରଖାଥାନ୍ତି ବୋଲି କୁହାଯାଇଛିି। ବହୁ ଗବେଷଣା ପରେ ଏହି ତଥ୍ୟ ପଦାକୁ ଆସିଥିଲେ ହେଁ ପିଲାଙ୍କ ଖାଦ୍ୟପେୟ ଉପରେ ପିତାମାତାମାନେ ଗୁରୁତ୍ୱ ଦେଉ ନ ଥିବା କିମ୍ବା ଅବହେଳା ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ଏନେଇ ଜର୍ନାଲ ଫ୍ରଣ୍ଟିୟର୍ସ ଇନ୍‌ ପବ୍ଲିକ ହେଲ୍ଥ, ରିସର୍ଚ୍ଚର୍ସ ଫ୍ରମ୍‌ ୟୁନିଭର୍ସିଟି ଅଫ୍‌ ଲିଡ୍ସ ପକ୍ଷରୁ ଦର୍ଶାଯାଇଛି। ସକାଳୁ ପିଲାମାନେ ପ୍ରଚୁର ପରିମାଣର ଖାଦ୍ୟ ଖାଇବା ଦ୍ୱାରା ମନ ସତେଜ୍‌ ରହିଥାଏ। ପାଠ ପଢ଼ିବା ଓ ମନେରଖିବା ଲାଗି ଏହା ଆଗ୍ରହ ସୃଷ୍ଟି କରିଥାଏ। କମ୍‌ ଖାଇବା ଦ୍ୱାରା କୁପୋଷଣର ଶିକାର ହୋଇ ମାନସିକ ସନ୍ତୁଳନ ବିଗିଡ଼ି ଯିବାର ଆଶଙ୍କା ରହିଛି। ୨୯୪ ସ୍କୁଲ, କଲେଜ୍‌ ପିଲାଙ୍କ କ୍ଷେତ୍ରରେ ଏହା ପରୀକ୍ଷା କରାଯାଇଥିବାବେଳେ ବ୍ରେକ୍‌ଫାଷ୍ଟ କମ କରୁଥିବା ପିଲା କମ୍‌ ମାର୍କ ରଖୁଥିବା ଜଣାପଡ଼ିଛି। ୨୦୧୯ର ବ୍ରିଟେନ ଡାଟା କହୁଛି ୧୬% ପିଲା ବ୍ରେକ୍‌ଫାଷ୍ଟ ମିସ୍‌ କରନ୍ତି। ତେଣୁ ସେମାନଙ୍କ ମାନସିକ ସ୍ଥିତି ଓ ପାଠ ପଢ଼ିବାର ଆଗ୍ରହ କମିଥିବା ଜଣାପଡ଼ିଛି। ପାଠପଢ଼ିବା ଲାଗି ପିଲାମାନେ ପେଟପୂରା ଖାଇବା ଓ ମାନସିକ ଭାବେ ସୁସ୍ଥ ରହିବା ଏକାନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri