ବ୍ଲକସ୍ତରୀୟ ଗୁରୁଦିବସ :‘ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବିଞ୍ଝାରପୁର,୬ା୯(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇସ୍ଥିତ ବରୁଣେଶ୍ୱର କଲ୍ୟାଣ ମଣ୍ଡପଠାରେ ଗୁରୁବାର ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ବିଞ୍ଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶାସକ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ଆଗାମୀ ପିଢିଙ୍କ ପାଇଁ ଏକ ସୁସ୍ଥ ରାଷ୍ଟ୍ର ଗଠନ କରିବାରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏଥିସହ ପାରମ୍ପରିକ ଭାବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ନିମନ୍ତ୍ରିତ ୨ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପୂଜାର୍ଚ୍ଚନା କରି ଗୁରୁକୃପା ଭିକ୍ଷା କରିଥିଲେ। ଅନ୍ୟତମ ଅତିଥି ଭାବେ ଏବିଇଓ ଅର୍ଣ୍ଣଦା ପ୍ରସାଦ ରଣା, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରବି ନାରାୟଣ ମିଶ୍ର, ପୂର୍ବତନ ଏବିଇଓ ପ୍ରମୋଦ ସାମଲ, ପୂର୍ବତନ ଏସ୍‌ଆଇ ଶରତ ଚନ୍ଦ୍ର ପରିଡା, ବାସୁଦେବ ମିଶ୍ର, ରବୀନ୍ଦ୍ର କୁମାର ପରିଡା, ପୂର୍ବତନ ଜିଲା ପରିଷଦ ସଭ୍ୟା ସ୍ବର୍ଣ୍ଣଲତା ସାମଲ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୫ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ରଞ୍ଜନ ଧଳ, ହେମେନ୍ଦ୍ର ସାମଲ, ପ୍ରଫୁଲ୍ଲ ନାୟକ, କାମଦେବ ଧଳ, ପର୍ଶୁରାମ କବି, ମାନଗୋବିନ୍ଦ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଲିକ ଓ ଅରୁପମା ନାୟକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ରବୀନ୍ଦ୍ର କୁମାର ପରିଡା ସ୍ବାଗତ ଭାଷଣ ଦେଇଥିଲେ। ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଗୁରୁଦିବସ ପାଳନ ହୋଇଯାଇଛି। ବରୁଣେଶ୍ୱର ମହାବିଦ୍ୟାଳୟ, ଯୁଣଭଦ୍ରା ମହାବିଦ୍ୟାଳ, ଖରସ୍ରୋତା ମହାବିଦ୍ୟାଳୟ, ବ୍ରଜସୁନ୍ଦର କଲେଜ, ଭଗବତୀ ସ୍କୁଲ ଅଫ ନସିଂ, ମଁାସଡାସ୍ଥିତ ପ୍ରମିଳା ଦେବୀ ସ୍ବତନ୍ତ୍ର ବିଦ୍ୟାଳୟ, ବରୁଣେଇଁ ନୋଡାଲ ଉପ୍ରା ବିଦ୍ୟାଳୟ, ରଥସାମଲ ନୋଡାଲ ବିଦ୍ୟାଳୟ ,କଲ୍ୟାଣପୁରସ୍ଥିତ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟ, ବରୁଣେଶ୍ୱର ଆଦର୍ଶ ଉପ୍ରା ବିଦ୍ୟାଳୟରେ ଗୁରୁଦିବସ ପାଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ

ବିଞ୍ଝାରପୁର,୬ା୯: ଯାଜପୁର ଜିଲା ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ହୋଇଛି। ଏକ ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌ କରିଥିଲେ ବାପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri