ବ୍ୟକ୍ତିତ୍ୱକୁ ବିକାଶ କରେ ସଙ୍ଗୀତ

ସିମୁଳିଆ, ୧୧।୧୨-କଳା ମାଧ୍ୟମରେ ସମାଜ ଜୀବନକୁ ସରସ, ସୁନ୍ଦର କରି ଗଢ଼ିହେବ। ଏଭଳି ବିଶ୍ୱାସ ରଖି ଯନ୍ତ୍ର ସଙ୍ଗୀତ ଶିକ୍ଷାଲାଭ କରି ସାଧନା ଜାରି ରଖିବା ସହ ଅନ୍ୟକୁ ଶିକ୍ଷା ଦେବା କାର୍ଯ୍ୟରେ ଲାଗି ପଡିଛନ୍ତି ମନୋଜ। ଉଚ୍ଚଶିକ୍ଷା ଲାଭ କରି ଶିକ୍ଷକତା ବୃତ୍ତିକୁ ସେ ଆଦରି ନେଇଛନ୍ତି। ହେଲେ କଳା ପ୍ରତି ତାଙ୍କର ଅତୁଟ ରୁଚି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯନ୍ତ୍ର ସଙ୍ଗୀତ ସାଧନା କରି ସେ ସାଉଁଟିଛନ୍ତି ଅନେକ ସଫଳତା। ତାଙ୍କୁ ମିଳିଛି ସଙ୍ଗୀତ ଭୂଷଣ ଭଳି ସମ୍ମାନ। ସେ କହନ୍ତି, ବାଲ୍ୟକାଳ ବା ଛାତ୍ର ଜୀବନ ହେଉଛି ସଙ୍ଗୀତ ଶିକ୍ଷାର ପ୍ରକୃଷ୍ଟ ସମୟ। ଏହାକୁ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ସହଶିକ୍ଷା ଭାବେ ଗ୍ରହଣ କଲେ ସେମାନଙ୍କ ପ୍ରତିଭା ବିକଶିତ ହୋଇପାରିବ। ଯୁବପିଢିଙ୍କୁ କଳାମନସ୍କ କରିବା ଲକ୍ଷ୍ୟ ନେଇ ସେ ଗଢିଛନ୍ତି ‘ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା’ ନାମରେ ଏକ ଅନୁଷ୍ଠାନ। ୨୫ଜଣ କଳାକାରଙ୍କୁ ନେଇ ୫ ବର୍ଷ ହେଲା ଏହି ଅନୁଷ୍ଠାନ ଆଗକୁ ବଢିଚାଲିଛି। ଶିକ୍ଷାନୁଷ୍ଠାନର ପାଠପଢ଼ା ଦାୟିତ୍ୱ ସାରି ପ୍ରତ୍ୟେକ ରବିବାରରେ ସେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବାଦ୍ୟ ସହିତ ନୃତ୍ୟ ଓ ସଙ୍ଗୀତ ମଧ୍ୟ ଶିକ୍ଷାଦାନ କରୁଛନ୍ତି ା
ସଙ୍ଗୀତ ଭୂଷଣ ମନୋଜଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଅଡ଼ା ଉଆସରେ। ୨୦୦୮ରୁ ସେ ଅଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି। ପିଲାଦିନୁ କଳା ଦୁନିଆର ଆକର୍ଷଣରେ ବାନ୍ଧି ହୋଇପଡିଥିବା ମନୋଜ କହନ୍ତି, ତାଙ୍କ ଜେଜେ ସ୍ବର୍ଗତ କ୍ଷେତ୍ରବାସୀ ମହାନ୍ତି ଥିଲେ ନିଜ ଅଞ୍ଚଳର ଜଣେ ଭଲ ଅଭିନେତା। ତାଙ୍କ ମା’ ତିଳୋତ୍ତମା ଜଣେ ଗୃହିଣୀ। ବାପା ନଟବର ମହାନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଜଣେ ହାରମୋନିୟମ ଓ ଭାଓଲିନ ବାଦକ ଭାବେ ସୁନାମ ଅର୍ଜନ କରିଛନ୍ତି। ବାପାଙ୍କଠାରୁ ପ୍ରେରଣା ପାଇ ପିଲାଦିନେ ସେ ପ୍ରଥମେ ହାରମୋନିୟମ ବାଦନ ଶିକ୍ଷା କରିଥିଲେ। ପରେ ଭଦ୍ରକର ମୋନମୋହନ ସଙ୍ଗୀତ ପରିଷଦରୁ ଗୁରୁ ହରିବନ୍ଧୁଙ୍କ ନିକଟରୁ ତବଲା ଓ କିବୋର୍ଡ ଶିକ୍ଷାଲାଭ କରି ସଙ୍ଗୀତ ସାଧନା କରି ଆସୁଛନ୍ତି। ତାଙ୍କ ବାପା ହିଁ ତାଙ୍କର ପ୍ରଥମ ଗୁରୁ। ମୋଟ୍‌ ଚାରି ଭାଇ ଜଣେ ଭଉଣୀଙ୍କ ମଧ୍ୟରେ ସେ ବଡ଼। ତାଙ୍କ ସାନଭାଇ ଇଞ୍ଜିନିୟର ଆଲୋକ ମହାନ୍ତି ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ। ଅର୍ଥ ରୋଜଗାର କରିବା ଲକ୍ଷ୍ୟ ନେଇ ସେ କଳାକୁ ବ୍ୟବହାର ନ କରି ବରଂ ଏହାପ୍ରତି ସମର୍ପିତ ହୋଇ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ସମେତ ବିଭିନ୍ନ ସ୍ଥାନରେ ସେ ଯନ୍ତ୍ର ସଙ୍ଗୀତରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି।
ମନୋଜଙ୍କ ମତରେ ଛାତ୍ରୀଛାତ୍ରଙ୍କ ଜୀବନରେ ଶିକ୍ଷା ସହିତ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଛାତ୍ରୀଛାତ୍ରମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥାଏ। ସେମାନଙ୍କ ଏକାଗ୍ରତା ବୃଦ୍ଧି କରିଥାଏ। ଏଣୁ ସବୁ ଶିକ୍ଷାନୁଷ୍ଠାନରେ ସଙ୍ଗୀତକୁ ସହଶିକ୍ଷା ଭାବେ ଗ୍ରହଣ କରାଯିବା ଦରକାର। ଶିକ୍ଷକ ମନୋଜଙ୍କ ପତ୍ନୀ ତପନପ୍ରଭା ଜଣେ ଗୃହିଣୀ। ଝିଅ ମୌସୁମୀ ବିଜ୍ଞାନ ଛାତ୍ରୀ। ପୁଅ ଦୀପକ ମଧ୍ୟ ବିଜ୍ଞାନର ଛାତ୍ର ଅଟନ୍ତି। ସେମାନେ ମଧ୍ୟ ସଙ୍ଗୀତ ପ୍ରତି ରୁଚି ରଖନ୍ତି। ଛାତ୍ରୀଛାତ୍ରମାନେ ସଙ୍ଗୀତ ଶିକ୍ଷା କରି ଏହାକୁ ପେସା ଭାବେ ଗ୍ରହଣ କରିପାରିବେ ବୋଲି ମନୋଜ କହନ୍ତି।

(ସନ୍ତୋଷ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri