ବ୍ୟବସାୟୀଙ୍କୁ ୨୧୦୦ କୋଟି ଟଙ୍କାର କ୍ଷତି

Fani

ଭୁବନେଶ୍ୱର,୧୨-୫: ଫନୀ ଯୋଗୁ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାର କ୍ଷୁଦ୍ର ବ୍ୟବସାୟୀ ବାତ୍ୟା ଫନୀ ଦ୍ୱାରା ବୃହତ୍ତ ପରିମାଣର କ୍ଷତି ସହିଛନ୍ତି। ଏହି ୫ ଜିଲା ସମେତ ରାଜ୍ୟର ବ୍ୟବସାୟୀମାନେ ମୋଟ ୨୦୦୦ରୁ ୨୧୦୦ କୋଟି ଟଙ୍କାର କ୍ଷତି ସହିଥିବା ବଜାର ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ରହିଛି।

ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ଫନୀ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହା ଯୋଗୁ ରାଜ୍ୟର ୫ ଜିଲାର ବ୍ୟବସାୟୀଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇଛି। କ୍ଷୁଦ୍ର ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗିଯାଇଛି। ଛୋଟ ଛୋଟ ଦୋକାନ କରି ଚଳୁଥିବା ଲୋକଙ୍କ ଦୋକାନ ଭାଙ୍ଗିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହା ଫଳରେ ସେମାନେ ପୁଣି ଥରେ ସଳଖି ଛିଡା ହେବାକୁ କଷ୍ଟକର ହୋଇ ପଡିଛି। କଟକର ମାଲଗୋଦାମ, ପୁରୀ ହେଉିକି ଭୁବନେଶ୍ୱରରେ ଫନୀର ପ୍ରଭାବ ବ୍ୟବସାୟୀଙ୍କୁ ବାଧିଛି ବୋଲି ପଣ୍ଡା ସୂଚନା ଦେଇଛନ୍ତି।

ବୀମା ସୁବିଧା ନେଇ ନ ଥିବା କ୍ଷୁଦ୍ର ବ୍ୟବସାୟୀ କ୍ଷତି ଯୋଗୁ ବର୍ତ୍ତମାନ ହଇରାଣ ହେଉଛନ୍ତି। ବ୍ୟବସାୟୀଙ୍କ ଏହି ଅସୁବିଧାକୁ ସରକାର ବିଚାର କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ବ୍ୟବସାୟୀଙ୍କ ଲାଗି ଆର୍ଥତ୍କ ସହାୟତା ପ୍ୟାକେଜ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ସଂଘ ଦାବୀ ଜଣାଇଛି।

ଯେଉଁ ବ୍ୟବସାୟୀମାନେ ଋଣ ନେଇ ବ୍ୟବସାୟ କରୁଛନ୍ତି ବର୍ତ୍ତମାନର କ୍ଷତି ସେମାନଙ୍କୁ ଦୋହଲାଇ ଦେଇଥିବାରୁ ଋଣ ସୁଝିବା ବେଳେ କିଛି ରିହାତି ବ୍ୟବସ୍ଥା ଆଣିବା ନେଇ ବିଚାର କରିବାକୁ ସଂଘ ଗୁରୁତ୍ୱାରୋପ କରିଛି। ବିଭିନ୍ନ ଯୋଜନାରେ ବ୍ୟାଙ୍କଗୁଡିକ ବ୍ୟବସାୟୀଙ୍କୁ ଋଣ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ ଦାବି ରଖିଛି। ଏହା ହେଲେ ସେମାନେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ସକ୍ଷମ ହେବେ । ଏସମସ୍ତ ପ୍ରସଙ୍ଗକୁ ନେଇ ଆସନ୍ତା ମଙ୍ଗଳବାର ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟି ଆଲୋଚନା କରିବାକୁ ଯୋଜନା ରଖିଥିବା ସଭାପତି ପଣ୍ଡା କହିଛନ୍ତି। ସେହିଭଳି ବର୍ତ୍ତମାନ ୫ ଜିଲାର ଜିଲାପାଳଙ୍କ ସହ ବ୍ୟବସାୟୀଙ୍କ ସମସ୍ୟା ନେଇ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି।

ଫନୀ ପରେ ପ୍ରଭାବିତ କଟକର ମାଲଗୋଦାମର ବ୍ୟାବସାୟିକ ସ୍ଥିତି ସୁଧୁରିଥିବା ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ୱରରେ ୟୁନିଟ ୧ରେ କାରବାର ସ୍ବାଭାବିକ ସ୍ଥିତିକୁ ମଧ୍ୟ ଆସିଛି। ପୁରୀରେ କାରବାର ଏବେ ପୂର୍ବ ଅବସ୍ଥାକୁ ଆସିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com
HDFCICSB

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

Website Fresher VS Experienced

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

Post Office RD Scheme V Jpg 442x260 4g

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Screenshot 2025 12 11 112654

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

Jobs

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

WhatsApp Image 2025 12 10 At 11.56.22 AM

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

WhatsApp Image 2025 12 10 At 11.36.07 AM

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri