ବ୍ୟାଙ୍କଗୁଡିକୁ ସୀତାରାମନଙ୍କ ପରାମର୍ଶ; ତଦନ୍ତର ୩ସିକୁ ଡରନାହିଁ

ନୂଆଦିଲ୍ଲୀ,୨୯-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିଛନ୍ତି। ସେ ବ୍ୟାଙ୍କଗୁଡିକର ସ୍ଥିତିକୁ ସମୀକ୍ଷା କରିଥିବା ବେଳେ ତଦନ୍ତର ୩ ସି କୁହାଯାଉଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି), ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି)ଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ଠିକ୍‌ ନିଷ୍ପତ୍ତି ନେଉଥିବା ବ୍ୟାଙ୍କ ଅଧିକାରୀମାନେ ୩ସି ନେଇ ଭୟଭୀତ ନ ହେବା ଆବଶ୍ୟକ ବୋଲି ସୀତାରାମନ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ବ୍ୟାଙ୍କରମାନେ ଦୂରଦର୍ଶୀ ନିଷ୍ପତ୍ତି ନେବା ବେଳେ ବିଫଳତା ଏବଂ ଦୋଷପୂର୍ଣ୍ଣ ବିଫଳତା ମଧ୍ୟରେ ପାର୍ଥକ୍ୟକୁ ବିଚାର କରାଯିବ। ଆୟକର ବିଭାଗ ଭଳି ସିବିଆଇ ମଧ୍ୟ ଏଭଳି ପଦକ୍ଷେପ ନେବ ଯେଭଳି ଅନଧିକୃତ ଯୋଗାଯୋଗ ଏବଂ ମାନସିକ ନିର୍ଯାତନା ଭଳି କୌଣସି ଘଟଣା ସାମ୍ନାକୁ ନ ଆସେ। ସିବିଆଇ ଆଗାମୀ ଦିନରେ ବ୍ୟାଙ୍କ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହିତ ଅଧିକାରୀଙ୍କ ମନରେ ରହିଥିବା ଆଶଙ୍କାକୁ ଦୂରକରିବା ଦିଗରେ ପ୍ରୟାସ କରିବ। ତଦନ୍ତକାରୀ ଏଜେନ୍ସିଗୁଡିକୁ ନେଇ ବ୍ୟାଙ୍କ ଅଧିକାରୀମାନେ ଭୟଭୀତ ହେଉଥିବା ବିଭିନ୍ନ ଘଟଣା ସାମ୍ନାକୁ ଆସିଥିବା ସୀତାରାମନ କହିଛନ୍ତି। ମନରେ ଭୟ ରହିବା ଯୋଗୁ ବ୍ୟାଙ୍କ ଅଧିକାରୀମାନେ ଠିକ୍‌ ନିଷ୍ପତ୍ତି ନେବା ମଧ୍ୟ ପ୍ରଭାବିତ ହୋଇଥାଏ। ବ୍ୟାଙ୍କଗୁଡିକରେ ହେଉଥିବା ମାମଲାଗୁଡିକୁ ସିବିଆଇ ନିଜ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥାଏ ବରଂ ବ୍ୟାଙ୍କଗୁଡିକ ମାମଲାର ତଦନ୍ତ ଲାଗି ଉଚିତ ନିଷ୍ପତ୍ତି ନେଇଥାନ୍ତି ବୋଲି ସୀତାରାମନ ମତ ଦେଇଛନ୍ତି।
ଶନିବାର ସିବିଆଇ ନିର୍ଦ୍ଦେଶକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଥିବା ସୀତାରାମନ ସୂଚନା ଦେଇଛନ୍ତି। ବିଭିନ୍ନ ଜଟିଳ ମାମଲା କ୍ଷେତ୍ରରେ ନିଷ୍ପତ୍ତି ନେବା ଲାଗି ବ୍ୟାଙ୍କଗୁଡିକୁ ସହାୟତା କରିବାକୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ, ଆୟକର ବିଭାଗ, ସୀମା ଶୁଳ୍କ ବିଭାଗ ଅଧିକାରୀଙ୍କ ସହ ସେ ଭେଟିବା ନେଇ କହିଛନ୍ତି। ଦେଶରେ ନିବେଶ କରିବା ଲାଗି କର୍ପୋରେଟଗୁଡିକ ଦୃଢ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ସଂଘ ଆସୋଚାମର ଏକ କାର୍ଯ୍ୟକ୍ରମରେ ଦେଶର ଶିଳ୍ପ ଜଗତକୁ ଆହ୍ବାନ ଦେଇଥିଲେ। ବାଣିଜ୍ୟ ବିଫଳ ହେଲେ ଶିଳ୍ପପତିଙ୍କୁ ହଇରାଣ ହରକତ ହେବାକୁ ଦିଆଯିବନାହିଁ। ଉଚିତ ନିଷ୍ପତ୍ତି ହୋଇଥିଲେ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୋଦି କହିଥିଲେ।
ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟ ସୁଧୁରୁଛି
ଏଭଳି ସମୟରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକ ଏବେ ଠିକ୍‌ ସ୍ଥିତିକୁ ଆସିବାରେ ସୁବିଧା ହୋଇଛି ବୋଲି ସୀତାରାମନ ମତ ଦେଇଛନ୍ତି। ସରକାରଙ୍କ ସଂସ୍କାର ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି। ୨୦୧୮ ମାର୍ଚ୍ଚରେ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୮.୯୬ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଏହା ୨୦୧୯ ସେପ୍ଟେମ୍ବରରେ ୭.୨୭ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି। ଆର୍ଥତ୍କ ବର୍ଷ ୨୦୧୯-୨୦ର ପ୍ରଥମ ୬ ମାସରେ ୧୩ ବ୍ୟାଙ୍କ ଲାଭଜନକ ସ୍ଥିତିକୁ ଫେରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri