ଶେରଗଡ଼,୧୭ା୬(ଡି.ଏନ୍.ଏ.)- ଶେରଗଡ଼ ବ୍ଲକ ଠୁରୁବୁରାଇ ଗ୍ରାମସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ବ୍ୟାଙ୍କର ମୁଖ୍ୟ କବାଟ ଭାଙ୍ଗି ଭିତରେ ପଶିଥିଲେ ମଧ୍ୟ ଆଇରନ ଚେଷ୍ଟ ଭାଙ୍ଗବିବାରେ ବିଫଳ ହୋଇଥିଲେ। ସକାଳୁ ବ୍ୟାଙ୍କ କବାଟ ଖୋଲାଥିବା ଗ୍ରାମବାସୀ ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହିଞ୍ଜିଳି ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହ ନଂ.୨୦୫/୨୦ରେ ମାମଲା ରୁଜୁ କରିଛି।