ବ୍ୟାନ୍‌ ହେଲା ଇ-ସିଗାରେଟ

ନୂଆଦିଲ୍ଲୀ,୧୯-୯: କେନ୍ଦ୍ରର ମୋଦି ସରକାର ଦେଶରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଫଳରେ ଭାରତରେ ଏଣିକି ଇ-ସିଗାରେଟ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିବ। ଖୁବଶୀଘ୍ର ଏ ସମ୍ପର୍କରେ ଏକ ଅଧ୍ୟାଦେଶ ଜାରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି।
ଏଠାରେ ଆୟୋଜିତ ଖବରଦାତା ବୈଠକରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ଇ-ସିଗାରେଟ ବ୍ୟାନ୍‌ ଅର୍ଥ ଏଣିକି ଏହାର ଉତ୍ପାଦନ, ଆମଦାନୀ-ରପ୍ତାନି, ପରିବହନ, ବିକ୍ରି, ବିତରଣ ଏବଂ ବିଜ୍ଞାପନ ପ୍ରସାରଣ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ। ସୀତାରାମନ୍‌ କହିଛନ୍ତି ଯେ, ଇ-ସିଗାରେଟର ୪୦୦ ପ୍ରକାର ବ୍ରାଣ୍ଡ୍‌ ଓ ୧୫୦ ପ୍ରକାର ଫ୍ଲେଭର୍‌ ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଭାରତରେ ତିଆରି ହେଉନାହିଁ। ଇ-ସିଗାରେଟ ଠାରୁ ଅଧିକ କ୍ଷତିକାରକ ବୋଲି ମନେ କରାଯାଉଥିବା ସିଗାରେଟକୁ ସରକାର କାହିଁକି ବ୍ୟାନ୍‌ କରୁନାହାନ୍ତି ବୋଲି ପ୍ରଶ୍ନ ହେବାରୁ ବୈଠକରେ ଉପସ୍ଥିତ ଥିବା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି ଯେ, ଏବେ ଦେଶରେ ଇ-ସିଗାରେଟର ପ୍ରଚଳନ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଯୁବବର୍ଗ ଓ ଶିଶୁଙ୍କୁ ଆରମ୍ଭରୁ ଏହାର କୁଅଭ୍ୟାସରୁ ରକ୍ଷା କରିବା ଲାଗି ସରକାର ଉଚିତ୍‌ ସମୟରେ ନିଷ୍ପତ୍ତି ନେଇଛନ୍ତି। ସୀତାରାମନ୍‌ କହିଛନ୍ତି ଯେ, ସରକାର ଇ-ହୁକାକୁ ମଧ୍ୟ ବ୍ୟାନ୍‌ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦନ କହିଛନ୍ତି ଯେ, ଇ-ସିଗାରେଟ ବିକ୍ରି, ଆମଦାନୀ ଓ ରପ୍ତାନି କଲା ବେଳେ ପ୍ରଥମଥର ଧରାପଡିଲେ ଅଭିଯୁକ୍ତଙ୍କୁ ୧ ବର୍ଷ ଜେଲଦଣ୍ଡ ଅଥବା ତାଙ୍କ ଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ, କିମ୍ବା ଉଭୟ ଏକାସାଙ୍ଗରେ ଲାଗୁ କରାଯିବ। ବାରମ୍ବାର ଧରାପଡିଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଜାଭଦେକର କହିଛନ୍ତି ଯେ, ସାରା ବିଶ୍ୱରେ କେଉଁଠି କ’ଣ ହେଉଛି, ତା’ର ପୃଷ୍ଠଭୂମି ରହିଛି। କିନ୍ତୁ ଭାରତରେ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ଗୁଡ଼ିକ ଏହାକୁ ନେଇ ଅନୁସନ୍ଧାନ କରୁଛନ୍ତି। ଏମ୍ସ, ଟାଟା ଓ ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ତଥା ଡାକ୍ତରମାନେ ଇ-ସିଗାରେଟ ଓ ଇ-ହୁକାକୁ ବ୍ୟାନ୍‌ କରିବାକୁ ସୁପାରିସ୍‌ କରିଛନ୍ତି। ଟେକ୍ନିକାଲ କମିଟି ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉ କି, ଇ-ସିଗାରେଟରେ ତରଳ ପଦାର୍ଥ ଭର୍ତ୍ତି ହୋଇ ରହିଥାଏ। ଏହା ନିକୋଟିନ୍‌ ଓ ଅନ୍ୟ ହାନିକାରକ ପଦାର୍ଥର ସମ୍ମିଶ୍ରଣ ତିଆରି। ଇ-ସିଗାରେଟକୁ ଟାଣିବା କ୍ଷଣି ଏଥିରେ ଲାଗିଥିବା ହିଟିଂ ଡିଭାଇସ୍‌ ଏହି ତରଳ ପଦାର୍ଥକୁ ଗରମ କରି ଧୂଅଁାରେ ପରିଣତ କରିଥାଏ। ଏହି କାରଣରୁ ଏହାକୁ ସ୍ମୋକିଂ ବଦଳରେ ଭ୍ୟାପିଙ୍ଗ୍‌ କୁହାଯାଉଛି। ଆଜିକାଲି ଯୁବବର୍ଗ ପାରମ୍ପରିକ ସିଗାରେଟ ବଦଳରେ ଇଲେକ୍ଟ୍ରୋନିକ ସିଗାରେଟ ବ୍ୟବହାର କରୁଥିବା ଦେଖାଯାଇଛି। ସେମାନଙ୍କ ମତରେ ଧୂଆଁ ସୃଷ୍ଟି କରୁଥିବା ସିଗାରେଟ ବଦଳରେ ଏହା ସ୍ବାସ୍ଥ୍ୟ ପକ୍ଷେ କମ୍‌ ହାନିକାରକ । କିନ୍ତୁ ବାସ୍ତବ ଚିତ୍ର ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାରମ୍ପରିକ ସିଗାରେଟ ଭଳି ଇ-ସିଗାରେଟ ମଧ୍ୟ ସମାନ ମାତ୍ରାରେ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଏକ ରିପୋର୍ଟରେ ପ୍ରକାଶ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri