ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହିତ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବ ବିଭିନ୍ନ ଧର୍ମସ୍ଥଳୀରେ ଦେଖିବାକୁ ମିଳିଛି। ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା ବାଧା ସୃଷ୍ଟି କରିଛି। ଦେଶର ୧୩ଟି ରାଜ୍ୟର ୩୩ଟି ଧର୍ମସ୍ଥଳୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି ହୋଇଛି। ଇତିମଧ୍ୟରେ ହରିଦ୍ୱାରରେ ଗଙ୍ଗା ଆରତି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ସହିତ ଦିଲ୍ଲୀର ଇସ୍କନ୍‌, ମୁମ୍ବାଇର ମହାଲକ୍ଷ୍ମୀ, ହାଜିଅଲ୍ଲୀ, ଜମ୍ମୁର ରଘୁନାଥ, ସିକରର ଖଟୁ ଶ୍ୟାମ, ଚିତ୍ରକୂଟର କାମତାନାଥ ଆଦି ମନ୍ଦିରକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ ବୁଧବାର ବୈଷ୍ଣୋଦେବୀଙ୍କ ଯାତ୍ରା ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା। ସେହିପରି ବୃନ୍ଦାବନରେ ପ୍ରଭୁ ରଙ୍ଗନାଥଙ୍କ ୧୭୧ ବର୍ଷ ଧରି ଜାରି ରହିଥିବା ବାର୍ଷିକ ଯାତ୍ରାକୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ଭିଡ଼କୁ ଦୃଷ୍ଟିରେ ରଖି ତିରୁପତି, ଅଜମେର, ଶିରିଡ଼ି, ମମଲେଶ୍ୱର, ତ୍ରମ୍ବେକଶ୍ୱର, ଘୃଷ୍ଣେଶ୍ୱର, ସିଦ୍ଧିବିନାୟକ, କାମାକ୍ଷା ମନ୍ଦିର, ଶନି ଶିଙ୍ଗଣାପୁର, ଦଲାଇଲାମା ଟେମ୍ପୁଲ୍‌, ବୁମ୍ବାଦେବୀ, ବବୁଲନାଥ ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ମହାକାଳେଶ୍ୱରଙ୍କ ଭସ୍ମ ଆରତିକୁ ବନ୍ଦ କରାଯାଇଛି। କାରଣ ଏହି ସମୟରେ ୩-୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ସ୍ବର୍ଣ୍ଣମନ୍ଦିର ଖୋଲା ଥିଲେ ମଧ୍ୟ ସ୍ବର୍ଣ୍ଣମନ୍ଦିର ପ୍ଲାଜାକୁ ବନ୍ଦ କରାଯାଇଛି। ଓଁକାରେଶ୍ୱର ମନ୍ଦିର ବନ୍ଦ ହୋଇ ନ ଥିଲେ ବି ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। ହିମାଚଳ ପ୍ରଦେଶରେ ୬ ମନ୍ଦିରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଇଟାଲିରେ ଚର୍ଚ୍ଚ ଏବଂ ଇରାନ୍‌ରେ ମସଜିଦ୍‌ରେ ସାମୁହିକ ପ୍ରାର୍ଥନାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

ସ୍ପେନରେ ବନ୍ୟା, ୨୦୦ରୁ ଅଧିକ ଲୋକଙ୍କର ଗଲାଣି ଜୀବନ

ମାଡ୍ରିଡ, ୨।୧୧: ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।...

ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ

ଇସ୍‌ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍‌କୁ ଟାର୍ଗେଟକରି ରିମୋଟ୍‌ କଣ୍ଟ୍ରୋଲ୍‌ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ...

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ଭାଙ୍ଗିଗଲା ପାକିସ୍ତାନ ରାଷ୍ଟ୍ରପତିଙ୍କ ଗୋଡ଼, ବିମାନରୁ ଓହ୍ଲାଇବା ସମୟରେ ପଡିଗଲେ ଜରଦାରୀ

ଇସଲାମାବାଦ,୧।୧୧: ବିମାନରୁ ଓହ୍ଲାଇବା ସମୟରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ତଳେ ପଡି ଯାଇଥିଲେ ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି।...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri