ମଥୁରା,୧୯।୧୨: ଉତ୍ତର ଭାରତରେ ହଠାତ୍ ଶୀତର ପ୍ରକୋପ ବଢିଯାଇଥିବାରୁ ସମସ୍ତେ ସଜାଗ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ ନେଇ ସେମାନେ ନିଜ ଭଗବାନଙ୍କ ଯତ୍ନ ନେବାକୁ ମଧ୍ୟ ଭୁଲି ଯାଇନାହାନ୍ତି। ଉତ୍ତର ପ୍ରଦେଶର ମଥୁରାରେ ଥିବା ରାଧାବଲ୍ଲଭ ମନ୍ଦିର ଓ ଅନ୍ୟ କୃଷ୍ଣ ମନ୍ଦିର ଗୁଡିକରେ ଶୀତର ପ୍ରକୋପକୁ ଦେଖି ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଭଗବାନ କୃଷ୍ଣଙ୍କୁ କମ୍ବଳ, ଉଲ୍ରେ ତିଆରି ଗ୍ଲୋଭସ୍, ସକ୍ସ ଓ ଅନ୍ୟ ଶୀତବସ୍ତ୍ରରେ ଢାଙ୍କି ଦିଆଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଏସବୁ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଦେଖି ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି।