Posted inପୁରୀ

ଭଜନ, ସଂକୀର୍ତ୍ତନରେ ଝଙ୍କୃତ ହେବ ସିଂହଦ୍ୱାର ସମ୍ମୁଖ, ପ୍ରତି ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧ୍ୟାତ୍ମିକ ପରିକ୍ରମା

ପୁରୀ ଅଫିସ, ୨୧।୭ : ଶ୍ରୀମନ୍ଦିର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ। ସିନ୍ଦୂରା ଫାଟିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଦ ପଡେ ବଡ଼ଦାଣ୍ଡରେ। ଏକମୁହଁା ହୋଇ ସମସ୍ତେ ଛୁଟିଥାନ୍ତି ସିଂହଦ୍ୱାର ଅଭିମୁଖେ। ସମସ୍ତଙ୍କ ମନରେ ଭକ୍ତି ଏବଂ ସମର୍ପଣର ଭାବ। ଦିନ ଆରମ୍ଭରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଆଉ ଦୁର୍ଲଭ ମଙ୍ଗଳ ଆଳତି ବି ଦେଖିବେ। ଏମିତି ଭାବନା ନେଇ ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟିଆସନ୍ତି ବଡ଼ଦେଉଳକୁ। ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଲାଗେ ଗହଳି ଚହଳି। ତେବେ ଶ୍ରଦ୍ଧାଳୁଙ୍କ ମନରେ ଥିବା ଭକ୍ତି ଓ ସମର୍ପଣ ଭାବକୁ ଆହୁରି ସୁଦୃଢ କରିବା ଲାଗି ଏଣିକି ନିଆରା ପଦକ୍ଷେପ ନେଇଛି ଜିଲା ପ୍ରଶାସନ। ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେବ ଆଧ୍ୟାତ୍ମିକ ପରିକ୍ରମା। ଭଜନ, ସଂକୀର୍ତ୍ତନରେ ଉଛୁଳି ପଡ଼ିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ। ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୬ଟାରୁ ୮ଟା ଯାଏ ଚାଲିବ। ସିଂହଦ୍ୱାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ଦେଖିବାକୁ ମିଳିବ ଓଡ଼ିଶୀ, ସାହିଯାତ ଓ ଗୋଟିପୁଅ ନୃତ୍ୟ ସାଙ୍ଗକୁ ରଙ୍ଗୋଲି, ଝୋଟି ଆଉ ବିଭିନ୍ନ ପ୍ରକାର ପେଣ୍ଟିଂ। ବଡ଼ଦାଣ୍ଡରେ ସୃଷ୍ଟି ହେବ ଆଧ୍ୟାତ୍ମିକ ବାତାବରଣ। ରବିବାର ସିଂହଦ୍ୱାର ସମ୍ମୁଖରେ ଦୀପଦାନପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର, ଭକ୍ତ, ଯୁବ ଓ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇପାରିବେ। ଏହି ସମୟରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ଧ୍ୟାନ ଦିଆଯିବ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ସହ ଭକ୍ତମାନଙ୍କ ଲାଗି ପାନୀୟଜଳ ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବ।

ସୂଚନାଥାଉ କି, ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାରିକେଡିଂ କରାଯାଇଛି। କୌଣସି ଉଠାଦୋକାନୀ କିମ୍ବା ଭିକାରିଙ୍କୁ ବସାଯାଉ ନ ଥିବାବେଳେ ଗାଡି ପାର୍କିଂ ଉପରେ ମଧ୍ୟ କଟକଣା ଲଗାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ପାଦରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି। ବ୍ୟାରିକେଡିଂ ହୋଇଥିବା ଏହି ଫାଙ୍କା ଜାଗାରେ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଲାଗି ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ୧୪ଲକ୍ଷ ହିତାଧିକାରୀ ପାଇବେ କାର୍ଡ

ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା...

ନାତୁଣୀଙ୍କ ଅଶ୍ଳୀଳ ଫଟୋ ପ୍ରଘଟ କରି ବନ୍ଧାହେଲେ ଅଜା

ନୀଳଗିରି,୧୨।୪(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଶ୍ଳୀଳ ଫଟୋ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାଙ୍କୁ...

ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image