ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ ରବିବାର କାଳୀ ପୂଜା ପାଳିତ ହେଉଛି। ରାତିରେ ପୂଜା ସମ୍ପୂର୍ଣ୍ଣ ହେବାପରେ ଦେବୀଙ୍କ ମୁହଁ ଖୋଲିବ। ସେହିଭଳି ବନ ବିଭାଗ ପକ୍ଷରୁ ସ୍ଥାନୀୟ ହାର୍ଟ ନଗରରେ କାଳୀ ପୂଜା ହେବ। ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ସ୍ଥାନୀୟ ଡିପୋ ପରିସରରେ ପୂଜା କରାଯିବ। ପୂଜାପାଇଁ ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ଚାଲିଛି। କାଳୀ ପୂଜା ପାଇଁ ଡହରେ ମଙ୍ଗଳବାର ରାତିରେ ଓଁ ସଙ୍ଗୀତ ଏକାଡ଼େମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି।