କାମାକ୍ଷାନଗର,୧।୮(ଡି.ଏନ୍.ଏ.)-କାମାକ୍ଷାନଗର ଏନ୍ଏସି ପକ୍ଷରୁ ବ୍ୟବସାୟ ପାଇଁ ଲିଜ୍ସୂତ୍ରରେ ଦିଆଯାଇଛି ଦୋକାନ ଗୃହ। ହେଲେ ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ଭଡ଼ା ଦେଉନାହାନ୍ତି। ବାରମ୍ବାର ନୋଟିସ୍ ଦିଆଯିବା ସତ୍ତ୍ୱେ ଏହାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ଆକ୍ସନ ମୁଡ଼କୁ ଆସିଛନ୍ତି ଏନ୍ଏସି କର୍ତ୍ତୃପକ୍ଷ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୁରୁବାର ବକେୟା ଦେଇ ନ ଥିବା ୩୭ଟି ଦୋକାନରେ ତାଲା ପକାଯାଇଥିଲା। ଖବର ଲେଖାଯିବା ସୁଦ୍ଧା ୧୯ ଜଣ ବ୍ୟବସାୟୀ ଭଡ଼ା ବାବଦକୁ ୩ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେମାନଙ୍କୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ ଦିଆଯାଇଛି। ଅବଶିଷ୍ଟ ଦୋକାନୀଙ୍କୁ ଶୁକ୍ରବାର ଯାଏ ସମୟ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଟଙ୍କା ପୈଠ ନ କଲେ କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିବା ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ ସୂଚନା ଦେଇଛନ୍ତି।