ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ହାତୀପାଲିର ଗଣେଷ ମିଶ୍ର (୩୪), ଲୁଟେରା ଗ୍ୟାଙ୍ଗ୍‌ର ମୁଖ୍ୟ ଘିକୁଣ୍ଡି ପଞ୍ଚାୟତ ଗରିଆପାଲିର ଭରତ ଘିବିଲା ଓରଫ ବୁଲୁ (୨୬), ସର୍ବେଶ୍ୱର ନାଏକ ଓରଫ ସର୍ବେ (୨୧), ପଟାଭାଡି ସୋନପୁରର ତନ୍ମୟ ମିଶ୍ର (୨୩), ଗାନ୍ଧୀନଗରପଡା ବଲାଙ୍ଗୀରର ଗୋପାଳ ନାଗ (୨୬), ସୁଦପଡା ବଲାଙ୍ଗୀରର କୃପା ସାହୁ (୪୦)। ଅନ୍ୟ ଜଣେ ଅଭିଯୁକ୍ତ ରତାଖଣ୍ଡି ଗ୍ରାମର ଦିଲୀପ ପ୍ରଧାନ ଫେରାର ଅଛନ୍ତି । ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୪ ହଜାର ଟଙ୍କା, ୬ଟି ମୋବାଇଲ, ୨ଟି ବାଇକ, ଗୋଟିଏ ଭୁଜାଲି ଓ ଗୋଟିଏ ଦେଶୀ ପିସ୍ତଲ ପୋଲିସ ଜବତ କରାଯାଇଛି । ଗିରଫ ୬ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଗତ ୧୪ ତାରିଖରେ ଲମ୍ବସରି ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ ପାଇଁ ଆକ୍ସିସ ବ୍ୟାଙ୍କ ୩ ଲକ୍ଷ ୯୩ ହଜାର ଟଙ୍କା ନିର୍ବାହୀ ଅଧିକାରୀ ବିପୁଳ କୁମାର ଦାସଙ୍କୁ ଘିକୁଣ୍ଡି ଗ୍ରାମପଞ୍ଚାୟତ ଅଫିସ୍‌ରେ ଦେଇଥିଲା । ଅଭିଯୁକ୍ତ ଗଣେଷ ମିଶ୍ର ଓ ଦିଲୀପ ପ୍ରଧାନ ଏହାକୁ ଦେଖିଥିଲେ ଏବଂ ଉକ୍ତ ଟଙ୍କା ଲୁଟ କରିବା ପାଇଁ ଯୋଜନା କରିଥିଲେ । ସେମାନେ ଅଭିଯୁକ୍ତ ବୁଲୁ ଘିବିଲାଙ୍କ ସହ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ । ତଦନୁଯାୟୀ ବୁଲୁ ଅନ୍ୟ ଚାରି ଜଣଙ୍କ ସହ ଯୋଗାଯୋଗ କରି ଟିମ୍‌ ଗଠନ କରିଥିଲା । ଗତ ୧୪ ତାରିଖ ଦିନ ୧୦ଟାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସ ଏକ କାର୍‌ (ନଂ. ଓଡି୨୭ଏ/୧୩୬୯) ଯୋଗେ ଉକ୍ତ ଟଙ୍କା ଧରି ଦମାମୁଣ୍ଡା-ଦପଲା ରାସ୍ତା ଦେଇ ଲମ୍ବସରି ପଞ୍ଚାୟତ ଅଭିମୁଖେ ବାହାରିଥିଲେ । ଏହା ପୂର୍ବରୁ ବାହାନା କରି ଅଭିଯୁକ୍ତ ଦିଲୀପ ନିର୍ବାହୀ ଅଧିକାରୀ ଦାସଙ୍କ ଦେଉଳି ସ୍ଥିତ ଘରକୁ ଆସି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ଆଜି କୁଆଡେ ଯିବେ ବୋଲି ପଚାରି ବୁଝିଥିଲେ। ନିର୍ବାହୀ ଅଧିକାରୀ ଦାସ ଟଙ୍କା ଧରି ଗାଡିରେ ଯିବା ବେଳେ ଦେଉଳିଠାରେ ଅପେକ୍ଷା କରିଥିବା ଅଭିଯୁକ୍ତ ଗଣେଷ ନିର୍ବାହୀ ଅଧିକାରୀଙ୍କ ଗାଡକୁ ଦେଖି ଲୁଟେରା ଗ୍ୟାଙ୍ଗ ମୁଖ୍ୟ ବୁଲୁଙ୍କୁ ଫୋନରେ ଜଣାଇଥିଲେ । ଦିଲୀପ ଏବଂ ଗଣେଷଙ୍କ ଛଡା ଅନ୍ୟ ୫ ଅଭିଯୁକ୍ତ ୨ଟି ବାଇକରେ ଦପଲା ରାସ୍ତା ଶଙ୍କରପୁର କ୍ରସର ନିକଟରେ ଲୁଚି ରହି ନିର୍ବାହୀ ଅଧିକାରୀଙ୍କ ଗାଡିକୁ ଅଟକାଇଥିଲେ । ସେମାନେ ଦେଶୀ ପିସ୍ତଲ ଏବଂ ଭୁଜାଲି ଦେଖାଇ ଡ୍ରାଇଭର ମନୋଜ ନାଏକଙ୍କୁ ଗାଡିରୁ ତଡି ଦେଇଥିଲେ ଏବଂ ନିର୍ବାହୀ ଅଧିକାରୀଙ୍କୁ ଗାଡିରେ ବସାଇ ଏକ ଜଙ୍ଗଲ ରାସ୍ତାକୁ ନେଇ ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ମାଡ ମାରି ୩.୯୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଆଇଆଇସି ଗୋପୀନାଥ ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ପରେ ଏସଡିପିଓ ଏସ୍‌. ଟିଗ୍ଗାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ପୋଲିସ ୭ଜଣଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri