ଭତ୍ତା, ମାସକୁ ୫ କେଜି ଚାଉଳ ସମ୍ବାରୀଙ୍କ ଭରସା

ଦଶମନ୍ତପୁର,୩ା୩ ( ଡ଼ି.ଏନ୍‌.ଏ.): ଜାଳେଣି କାଠ ବିକିଲେ ଚୁଲି ଜଳୁଛି। ଦୀର୍ଘବର୍ଷ ହେବ ସ୍ବାମୀ ଚାଲିଯାଇଛନ୍ତି ଆରପାରିକୁ। ଏହାପରଠାରୁ ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ସଦର କୁମ୍ଭାରସାହିର ସମ୍ବାରୀ ନାୟକ(୬୨)। ଡୁମ୍ବାଗୁଡା ଗ୍ରାମର ରଘୁନାଥ ନାୟକଙ୍କ ଭଉଣୀ ସମ୍ବାରୀ ସେ ମାଲକାନଗିରି ଜିଲା ଏମ୍‌ଭି-୧୭ ଚିକପାଲି ଗ୍ରାମର ଲଳିତ ନାୟକଙ୍କୁ ୧୯୮୭ରେ ବିବାହ କରିଥିଲେ। ଚିକପାଲି ଗ୍ରାମରେ ସ୍ବାମୀ ସ୍ତ୍ରୀ ଦୁହେଁ ରହୁଥିଲେ। କୌଣସି କାରଣରୁ ଲଳିତ ସ୍ତ୍ରୀ ସମ୍ବାରୀଙ୍କୁ କୌଣସି କାରଣରୁ ମାଡ଼ମାରି ଘରୁ ତଡିଦେଇ ଦ୍ୱିତୀୟ ବିବାହ କରିଥିଲେ। ସେତେବେଳେ ସମ୍ବାରୀ ନିଜଗ୍ରାମ ଡୁମ୍ବାଗୁଡାକୁ ଚାଲିଆସିଥିଲେ। ସ୍ବାମୀ ଲଳିତ ଦୁଇପୁଅ ଓ ଗୋଟିଏ ଝିଅର ବାହାଘର କରି ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହୁଥିଲେ। ପିଲାଙ୍କ ବିବାହ ସମୟରେ ମଧ୍ୟ ସମ୍ବାରୀଙ୍କୁ ଖବର ଦେଲେ ନାହିଁ। ମନ ନ ବୁଝିବାରୁ ସମ୍ବାରୀ ସ୍ବାମୀଙ୍କ ପାଖକୁ ଯାଇଥିଲେ ମଧ୍ୟ ସେଠାରେ କେହି ତାଙ୍କ ଦେଖାଶୁଣା କଲେନାହିଁ। ପରେ ସେ ନିଜ ଗାଁକୁ ଫେରି ଆସିଲେ। ତାଙ୍କ ଭାଇ ରଘୁନାଥ ଓ ଦୀନବନ୍ଧୁ ଭଉଣୀ ପାଇଁ ଖଣ୍ଡେ ମାଟିକୁଡ଼ିଆ ଘର କରି ଦେଇଥିଲେ। ଏବେ ସେଠାରେ ରହୁଛନ୍ତି ସେ। ଆବାସ ଯୋଜନାରେ ଘରଟିଏ ପାଇଁ ଅନେକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି ତାଙ୍କୁ। ଗତବର୍ଷଠାରୁ ପାଉଥିବା ଭତ୍ତା ଓ ମାସକୁ ୫କେଜି ଚାଉଳ ତାଙ୍କ ବଞ୍ଚତ୍ବାର ସାହାରା ବୋଲି କହନ୍ତି ସମ୍ବାରୀ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମ୍ବାରୀଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ...

୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା...

ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ...

ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ

ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି।...

କାର୍ଯ୍ୟାଳୟରେ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର

କୋରାପୁଟ,୩ା୪: ରାଜ୍ୟ ସରକାରଙ୍କ ଦ୍ୱାରା ପାରମ୍ପରିକ ବସ୍ତ୍ର ପରିଧାନ ନେଇ ଘେଷଣା ପରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ପତ୍ର ସଂଖ୍ୟା ୩୬୧/୨୦୨୫ ତା...

ଓଡ଼ିଶା ଆଧାର କାର୍ଡରେ ତେଲୁଗୁ ଭାଷା

କୋରାପୁଟ ଜିଲାର କୋଟିଆ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଲଗାତର ଉଦ୍ୟମ କରିଆସୁଛି। ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତବାସୀଙ୍କୁ ବିଭିନ୍ନ ଉପାୟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image