ଯାଜପୁର ଅଫିସ,୨୦।୪: ଭଦ୍ରକ ଜିଲାର ଜଣେ କରୋନା ଆକ୍ରାନ୍ତଙ୍କ ସହ ଯାଜପୁର ଜିଲାର ୬ ଜଣଙ୍କ ଲିଙ୍କ୍ ରହିଥିବା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରବିବାର ଚିହ୍ନଟ ହୋଇଥିବା ଭଦ୍ରକ ଜିଲାର ଆକ୍ରାନ୍ତ ବ୍ୟକ୍ତି କୋଲକାତା ହାୱଡା ନିକଟରେ ଲୋଡିଂ ଅନ୍ଲୋଡିଂ କାର୍ଯ୍ୟ କରୁଥିଲେ। ସେ ମାର୍ଚ୍ଚ ୨୯ ତାରିଖରେ ଏକ ପରିବହନ ଗାଡ଼ିରେ ଘରକୁ ଫେରିଥିଲେ। ତାଙ୍କ ସହିତ ଯାଜପୁର ଜିଲାର ୬ ଜଣ ମଧ୍ୟ ଫେରିଥିଲେ। ସେମାନେ ଯାଜପୁର ଜିଲାର ଷଠିପୁର ନିକଟରେ ଓହ୍ଲାଇଥିବା କରୋନା ଆକ୍ରାନ୍ତଙ୍କ ବୟାନରୁ ଜଣାପଡ଼ିଛି। ତେଣୁ ଯେଉଁମାନେ ତାଙ୍କ ସହିତ ଥିଲେ ସେମାନେ ନିଜେ ପ୍ରଶାସନକୁ ଜଣାଇ ସହଯୋଗ କରିବାକୁ ଜିଲାପାଳ ଦାସ ଅନୁରୋଧ କରିଛନ୍ତି। ଏଥିସହ ଭଦ୍ରକ ଜିଲାର କରୋନା ଆକ୍ରାନ୍ତଙ୍କ ଭାଇ କଳିଙ୍ଗନଗରସ୍ଥିତ ଏକ କମ୍ପାନୀରେ କାମ କରନ୍ତି ବୋଲି ସୂଚନା ମିଳିଛି। ସେ ଯାଜପୁରରୋଡ ସହରର ଏକ ଭଡାଘରେ ରହୁଥିଲେ। କରୋନା ଆକ୍ରାନ୍ତ ତାଙ୍କ ଭାଇ ପାଖକୁ ଆସିଥିବା କୁହାଯାଉଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଯାଜପୁର