ଭବାନୀପାଟଣାରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ

ଭବାନୀପାଟଣା,୨୧।୬ (ଡି.ଏନ୍‌.ଏ.): ଯୋଗ ଦ୍ୱାରା ଏକ ସୁସ୍ଥ ଓ ନୀରୋଗ ଶରୀର ଗଠନ ପାଇଁ ଶୁକ୍ରବାର ଭବାନୀପାଟଣାରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଭବାନୀପାଟଣା ଶାଖା ପକ୍ଷରୁ ଏହା ସ୍ଥାନୀୟ ବ୍ୟାୟାମ ଶାଳା, ଭବାନୀପାଟଣାଠାରେ ଏକ ହଜାରୁ ଊର୍ଦ୍ଧ୍ୱ ଯୋଗୀଙ୍କ ଗହଣରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହେମନ୍ତ କୁମାର ମୁଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଗଜେନ୍ଦ୍ର ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା ଅଶୋକ କୁମାର ମୁଣ୍ଡ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ସେହିପରି ସ୍ଥାନୀୟ ବିକାଶ କଲେଜରେ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୋଗ ଶିବିରକୁ ଜିଲା ଫିଜିକାଲ ଏଜୁକେଶନ୍‌ ଇନ୍ସପେକ୍ଟର ମହେନ୍ଦ୍ର ପଣ୍ଡା ଓ ସଞ୍ଜୟ କୁମାର ଯୋଗଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

କୁଚିଣ୍ଡା,୩୦୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଞ୍ଚଳରେ ଘରୋଇ କଳହକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ମୃତା...

ସମ୍ବଲପୁରରେ ମଧ୍ୟାହ୍ନ ସୁଦ୍ଧା ୪୩ ପ୍ରତିଶତ ମତଦାନ

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଛି ମତଦାନ। ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ସକାଳ ସାଢ଼େ...

ସମ୍ବଲପୁର ଓକିଲ ସଂଘ ନିର୍ବାଚନ: ମତଦାନ ଜାରି

ସମ୍ବଲପୁର, ୨୯।୩(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଓକିଲ ସଂଘ କାର୍ଯ୍ୟାଳୟଠାରେ ନିର୍ବାଚନ ଶନିବାର ସକାଳ ୭.୩୦ରୁ ଆରମ୍ଭ ହୋଇଛି। ଏହା ଦିନ ୩ ଟା...

ସମ୍ବଲପୁରରେ ମୁତୟନ ହେବେ ବିଏସ୍‌ଏଫ ଫୋର୍ସ

ସମ୍ବଲପୁର,୨୮।୩: ସମ୍ବଲପୁରରେ ରାମନବମୀ ଏବଂ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାମନବମୀ ଏବଂ ହନୁମାନ ଜୟନ୍ତୀରେ ସୁରକ୍ଷାକୁ ଦୃଷ୍ଟିରେ ସମ୍ବଲପୁରରେ...

ଘରୁ ୨୦ହଜାର ଟଙ୍କା ନେଇ ପ୍ରେମିକ ସହ ଫେରାର ଥିଲେ ଯୁବତୀ, ଜଙ୍ଗଲରେ ଯାହା ହେଲା ଦେଖି ସମସ୍ତଙ୍କ ଉଡିଲା ହୋସ

ବୁର୍ଲା,୨୫।୩: ପଶ୍ଚିମ ଓଡ଼ିଶାରୁ ଏକ ଚମକିବା ଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲାରେ, ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ୧୭ ବର୍ଷୀୟା...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image