କୋଏମ୍ବାଟୁର,୩।୮: ତାମିଲନାଡୁର ମହାଳି ଆମନ୍ ମନ୍ଦିରରେ ଦେବୀଙ୍କୁ ୨ ହଜାର କିଲୋଗ୍ରାମ୍ ଫଳ ଲାଗି ହୋଇଛି। ‘ଆଦି’ ଉତ୍ସବ ଅବସରରେ ଶୁକ୍ରବାର ଶ୍ରଦ୍ଧାଳୁ ଏପରି କରିଛନ୍ତି। ତାମିଲ୍ ପଞ୍ଜିକା ଅନୁସାରେ ‘ଆଦି’ ମାସର ପରବର୍ତ୍ତୀ ମାସ ସାଓ୍ବନରେ ଭଲ ବର୍ଷା ପାଇଁ ପ୍ରତିବର୍ଷ ଶ୍ରଦ୍ଧାଳୁ ଏପରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ଦେବୀଙ୍କ ୨୮ରୁ ଅଧିକ ପ୍ରକାର ଫଳ ଲାଗି ହୋଇଥିବା ମନ୍ଦିର ପୂଜାରି କ୍ରିଷ୍ଣମୂର୍ତ୍ତି ସୂଚନା ଦେଇଛନ୍ତି।